ବାଣିଜ୍ୟ

ଆଉ ଅମାନିଆଙ୍କୁ ନିସ୍ତାର ନାହିଁ : ଟ୍ରାଫିକ ଜଗିଛି ଲେନ୍ସ

ଭୁବନେଶ୍ୱର, ୧୩/୦୩/୨୦୨୩ –   ବିନା ହେଲମେଟରେ ଗାଡ଼ି ଚଲାଉଛନ୍ତି କି ? ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ ; ଏଣିକି ଖସିବା ସହଜ ହେବନାହିଁ । କାରଣ ଏବେ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ନୂଆ ପଦକ୍ଷେପ ଅନୁଯାୟୀ ଟ୍ରାଫିକ ନିୟମ ଉଲଘଂନକାରୀମାନଙ୍କ ପାଇଁ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯିବ ।

ଏଥିପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ CCTVରେ ଏକ ନୂଆ ଆପ ଇନଷ୍ଟଲ କରିବାକୁ ଚିଠି ଲେଖାଯାଇଛି । ଯାହାଦ୍ୱାରା କଡାକଡି ଭାବେ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନଙ୍କୁ ଠାବ କରି ସେମାନଙ୍କ ଚାଲାଣ କଟାଯିବ ।

ଏହି ଆପ ସଂଯୋଗ ହେବା ପରେ ଲେନ୍ସ ଆଖରୁ ଆଉ କେହି ବର୍ତ୍ତି ପାରିବେ ନାହିଁ । ଆପ ଜରିଆରେ ଏହି ଲେନ୍ସ ଲୋକମାନଙ୍କୁ ଚିହ୍ନଟ କରିବା ସହିତ ତାଙ୍କ ଘରକୁ ଆପେ ଆପେ ଇ-ଚାଲାଣ ପଠାଇବ । ତେବେ ଏହି ବ୍ୟବସ୍ଥା ଲାଗୁହେବା ଦ୍ୱାରା ଲୋକମାନେ ସଚେତନ ହେବା ସହିତ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ ବହୁ ସୁଧାର ଆସିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ କ୍ୟାମେରା ରେକଡିଂରୁ ନିୟମ ଉଲଙ୍ଘନକାରୀଙ୍କୁ ଠାବକରି ସେମାନଙ୍କ ଚାଲାଣ କଟାଯାଇ ତାଙ୍କ ଘରକୁ ଇ-ଚାଲାଣ ପଠାଯାଉଛି । ଯାହା ବହୁ ସମୟ ଲାଗୁଥିବାବେଳେ କିଛି ଲୋକ ଏଥିରୁ ବର୍ତ୍ତି ମଧ୍ୟ ଯାଉଛନ୍ତିି । ତେଣୁ  ଅମାନିଆ ଚାଳକମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com