ଅନ୍ୟାନ୍ୟ

ମାଟ୍ରିକ ରେଜଲ୍ଟ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର, ୧୬/୦୫/୨୦୨୩ –    ଦଶମ ପରୀକ୍ଷା ଫଳ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ମେ ୧୮ ସକାଳ ୧୦ଟାରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ପ୍ରକ୍ରିୟା ଜୋରଦାର ଆଗେଇ ଚାଲିଛି । ଏଥି ସହିତ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍ ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ତେବେ ଏହି ରେଜଲ୍ଟ bseodisha.ac.inରେ ଉପଲବ୍ଧ ହେବ । ଏହାଛଡା SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

 

OR ସ୍ପେସ୍ ରୋଲ ନଂ ଲେଖି ୫୬୭୬୭୫୦କୁ SMS କରି ରେଜଲ୍ଟ ପାଇପାରିବେ । ଫଳାଫଳ ଜନିତ କୌଣସି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମକୁ କଲ୍ କରି ଅଭିଯୋଗ ମଧ୍ୟ କରିପାରିବେ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ଆଜି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଏଥିପାଇଁ ୩ ହଜାର ୨୧୮ଟି କେନ୍ଦ୍ର କରାଯାଇଥିଲା । ସେହିପରି ୫୫ ଟି କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଖାତା ଦେଖା ଶେଷ ହେବା ପରେ ପ୍ରୋସେସିଂ ଏବଂ ଟାବୁଲେସନ୍ କାର୍ଯ୍ୟ ଚାଲିବା ମଧ୍ୟରେ ଅନେକ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ତାଳମେଳ ନଥିବା ଦେଖିବାକୁ ମିଳିଥିଲା ।

କିଛି ପରୀକ୍ଷାର୍ଥୀ ସମ୍ମେଟିଭ ଆସେସମେଣ୍ଟ ୧ ପରୀକ୍ଷାରେ ତୃତୀୟ ଭାଷା ହିନ୍ଦୀରେ ପରୀକ୍ଷା ଦେଇଥିବା ବେଳେ ସମ୍ମେଟିଭ ଆସେସମେଣ୍ଟ -୨ରେ ସଂସ୍କୃତରେ ପରୀକ୍ଷା ଦେଇଥିଲେ । ଏପରି ପ୍ରାୟ ୫ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷାରେ ଏସ୍‌ଏ-୧, ଏସ୍‌ଏ-୨ ଏବଂ ୪ଟି ଯାକ ଫର୍ମେଟିଭ୍ ଆସେସମେଣ୍ଟ୍ ପରୀକ୍ଷାରେ ଅସାମଞ୍ଜସ୍ୟ ରହିଥିଲା । ଫଳରେ ଏହାକୁ ନେଇ ପ୍ରୋସେସିଂ ଏବଂ ଟାବୁଲେସନ୍ ଆଦି ପ୍ରକ୍ରିୟାରେ ଡେରି ହୋଇଥିଲା । ଏସବୁ ତ୍ରୁଟିକୁ ସୁଧାରିବା ପରେ ଶେଷରେ ବୋର୍ଡ କର୍ତ୍ତୃପକ୍ଷ ମେ ୧୮ ତାରିଖରେ ଫଳ ପ୍ରକାଶ କରିବା ପାଇଁ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com