ଜୀବନଶୈଳୀ

ବିନା କଟକଣାରେ ବୁଲନ୍ତୁ ରାଷ୍ଟ୍ରପତି ଭବନ

ଭୁବନେଶ୍ୱର, ୧୭/୦୫/୨୦୨୩ –    ଆପଣ ରାଷ୍ଟ୍ରପତି ଭବନ ବୁଲିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ ସୁଯୋଗ । ଏବେ ବିନା କଟକଣାରେ ଆପଣ ରାଷ୍ଟ୍ରପତି ଭବନ ବୁଲିପାରିବେ । ଏହି ଖବର ଆସିବା ପରେ ଲୋକଙ୍କ ଭିତରେ ଏନେଇ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି । ତେବେ ଆପଣ ଭାବୁଥିବେ ରାଇସିନା ହିଲ୍ ସ୍ଥିତ ରାଷ୍ଟ୍ରପତି ଭବନ ଯାହା ସବୁ ସମୟରେ କଡା ସୁରକ୍ଷା ଭିତରେ ରହିଥାଏ, ଯାହାକୁ ପାଖରୁ ଠିଆହୋଇ ଦେଖିବା ମଧ୍ୟ ସହଜ ନୁହେଁ ତା ଭିତରକୁ କେମିତି ଯାଇହେବ ? ତେବେ ବିଶ୍ୱାସ ହେଉନଥିଲେ ବି ଏହା ସତ ।

ଏକଥା ଆମେ ମନକୁ ମନ କହୁନୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଏଭଳି ସୂଚନା ଦେଇଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ଯେଉଁଥିରେ ରାଷ୍ଟ୍ରପତି ଭବନକୁ ସର୍ବ ସାଧାରଣଙ୍କ ବୁଲିବା ଉଦ୍ଦେଶ୍ୟରେ ଖୋଲାଯିବ । ଏଥିପାଇଁ ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି । ରାଷ୍ଟ୍ରପତି ଭବନ ୫ ଏକର ଜାଗା ଉପରେ ନିର୍ମିତ । ୪ ମହଲା ବିଶିଷ୍ଟ ଏହି ଭବନ ଭିତରେ ୩୪୦ ଟି କୋଠରୀ ଅଛି । ଏହାଛଡା ୧୯୦ ଏକର ଜମିର ପ୍ରଶସ୍ତ ଉଦ୍ୟାନ ମଧ୍ୟ ଏଥିମଧ୍ୟରେ ରହିଛି ।

ତେବେ ଜୁନ୍ ୧ ତାରିଖରୁ ସପ୍ତାହକୁ ୬ ଦିନ ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ ସାଧାରଣ ଜନତା । କେବଳ ରାଜପତ୍ରିତ ଅବକାଶ ଦିନକୁ ଛାଡି ଦେଲେ ମଙ୍ଗଳବାରଠାରୁ ରବିବାର ଯାଏଁ ଲୋକେ ଏଠାକୁ ବୁଲିବାକୁ ଯାଇପାରିବେ । ଏହି ଦିନଗୁଡିକ ମଧ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ସାଢେ ୪ଟା ଯାଏଁ ୭ଟି ସ୍ଲଟରେ ରାଷ୍ଟ୍ରପତି ଭବନ ବୁଲି ପାରିବେ । କିନ୍ତୁ ସୋମବାର ଲୋକେ ରାଷ୍ଟ୍ରପତି ଭବନ କିମ୍ବା ମ୍ୟୁଜିୟମ ଟୁର ମଜା ନେଇପାରିବେ ନାହିଁ ।

ଏହା ପୂର୍ବରୁ ବୁଧବାରରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଥିଲା । ତେବେ ସ୍ଲଟ ବୁକିଂ ପାଇଁ http:// rashtrapatisachivalaya.gov.in/ rbtour. ଭିଜିଟ କରିପାରିବେ ବର୍ତ୍ତମାନ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଥିବାରୁ ରାଜ୍ୟରୁ ଅଧିକ ଲୋକ ଏହି ସୁବିଧା ନେବେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com