ଓଡ଼ିଶା

ପୌର ପାଇଁ ଜମୁଛି ପ୍ରଚାର, ଜୋରଦାର କ୍ୟାମ୍ପେନିଂ କରୁଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

ଭୁବନେଶ୍ୱର: ଜୋରଦାର ହେଲାଣି ପୌର ଫାଇଟ୍ । ଏବେଠୁ ଜମିଲାଣି ପ୍ରଚାର । ପ୍ରାର୍ଥୀଙ୍କ ସହ ନେତା ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ୧୪ ତାରିଖରେ ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମରେ ଜୋରସୋରରେ ଚାଲିଛି ପ୍ରଚାର । ପ୍ରାର୍ଥୀଙ୍କ ଟାର୍ଗେଟରେ ଚା ଖଟି, ପାର୍କ ଏବଂ ମାର୍କେଟ । ଆଜି ସକାଳୁ ସକାଳୁ ବିଜେଡି ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୪ ନମ୍ବର ମାଛ ମାର୍କେଟ, ପରିବା ମାର୍କେଟ ଆଦି ବୁଲି ଭୋଟ ଭିକ୍ଷା କରିଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଏକ ନମ୍ବର ସିଟି ଭାବରେ ଆଗେଇ ନେବା ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ମାଷ୍ଟର ପ୍ଲାନର ସଫଳ ରୂପାୟନ କରିବାକୁ ବିଜେଡି ମେୟର ଏବଂ କର୍ପୋରେଟର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।
ସେପଟେ ଆଜି ଭୁବନେଶ୍ୱର ମହାନଗର ନିଗମ ୨୯ ନମ୍ବର ଓ୍ୱାର୍ଡର ପୂର୍ବତନ କର୍ପୋରେଟର ଶେଖ ନିଜ୍ଜାମୁଦ୍ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ବିଜେଡି ଟିକେଟ ପାଇଁ ଆଶାୟୀ ଥିବାବେଳେ ଚଳିତ ଥର ଟିକେଟରୁ ବଞ୍ଚିତ ହୋଇଛନ୍ତି ନିଜାମ । ନିଜାମଙ୍କ ସ୍ଥାନରେ ତାଙ୍କ ସହଯୋଗୀ ଏ.ରାଜୁଙ୍କୁ ମିଳିଛି ଦଳୀୟ ଟିକେଟ । ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ନିଜାମ ଆଜି ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହର କରିଛନ୍ତି । ଅନ୍ୟପଟେ ୨୯ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇଥିବା ଚାହା ଦୋକାନୀ ଏ.ରାଜୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଜାମଙ୍କୁ ଗୁରୁ ମାନୁଥିବା ରାଜୁଙ୍କ ଉପରେ ନିଜାମଙ୍କ ସମର୍ଥନ ଓ ଆଶୀର୍ବାଦ ରହିଛି ସେ ନିଶ୍ଚିତ ବିପୁଳ ଭୋଟରେ ଜିତିବେ ବୋଲି କହିବା ସହ ନିଜ ସମର୍ଥକଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com