Breaking NewsFeaturedରାଜନୀତି

ଉଭୟ ଗୃହରେ ଜବାବ ରଖନ୍ତୁ ଗୃହମନ୍ତ୍ରୀ: ଜୟରାମ ରମେଶ

ସଂସଦରେ ମହାବିଭ୍ରାଟକୁ ନେଇ ଜୋର ଧରିଛି ରାଜନୀତି । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ଅଜଣା ଯୁବକକୁ ପାସ ଦେବା ନେଇ ବିଜେପିକୁ ଘରିଛନ୍ତି ବିରୋଧୀ । ଲୋକସଭା ଅଧିବେଶନ ଚାଲିଥିବାରୁ ହୁଲସ୍ତୁଲ ହେଉଛି ଗୃହ । ସାଂସଦଙ୍କ ହୋହଲ୍ଲାରେ ୨ଦିନ ଧରି ଅଚଳ ହୋଇଛି ଗୃହକାର୍ଯ୍ୟ । ଫଳରେ ଗୁରୁବାର ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବାଚସ୍ପତି । ୧୪ ସାଂସଦଙ୍କୁ କରିଥିଲେ ନିଲମ୍ବିତ । ତଥାପି ଗୃହମନ୍ତ୍ରୀଙ୍କ ବିବୃତି ଦାବିରେ ଅଟଳ ବିରୋଧୀ ସାଂସଦ । ଏହି କ୍ରମରେ କଂଗ୍ରେସ ତାର ୨ଟି ଦାବି ଜଣାଇଛି । ପ୍ରଥମଟି ହେଉଛି ଗୃହରେ ଅନୁପ୍ରବେଶ ନେଇ ଜବାବ ରଖନ୍ତୁ ଗୃହମନ୍ତ୍ରୀ ଅମିତ ଶାହ । ଏବଂ ଅନ୍ୟଟି ହେଉଛି ଯେଉଁ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ବୟାନ ଦେଇ ନାହାନ୍ତି, ସେପର୍ଯ୍ୟନ୍ତ ୨ଟି ଗୃହର କାର୍ଯ୍ୟକାଳ ଚାଲିବା ସମ୍ଭାବନା କମ । ଏଭଳି ଦାବି କରିଛନ୍ତି କଂଗ୍ରେସ ସାଂସଦ ଜୟୀରାମ ରମେଶ ।

ଏଠାରେ କହିରଖୁଛି ଯେ, ଗତକାଲି ଅର୍ଥାତ ଗୁରୁବାର ଦିନ ବିରୋଧୀ ତଥା ଆଇଏନଡିଆଇଏ ମେଂଟ ପକ୍ଷରୁ ଏକ ବୈ÷ଠକ ବସିଥିଲା । ଯେଉଁଥିରେ ସଂସଦ ଓ ସଂସଦୀୟ ଦଳର ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ପରିସ୍ଥିତି ନେଇ କରାଯାଇଛି ଆଲୋଚନା ।

Related Articles

Back to top button
WP Twitter Auto Publish Powered By : XYZScripts.com