ଓଡ଼ିଶା

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ; ୫ ଗୁରୁତର

ଭଦ୍ରକ,୦୩/୦୭/୨୦: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ଶନିବାର ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଅପହରଣ ନେଇ ଭଦ୍ରକ ଟାଉନ୍ ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେବା ପରେ ପୋଲିସ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । ଯାହାକୁ ଅପର ଗୋଷ୍ଠୀର କିନ୍ନରମାନେ ବିରୋଧ କରିଥିଲେ । ତେବେ ମାମଲାର ସମାଧାନ ପାଇଁ ଟାଉନ ଥାନାରେ ଗୋଟିଏ ପକ୍ଷ ରାଜି ହୋଇଥିବା ବେଳେ, ଆଉ ଏକ ଗୋଷ୍ଠୀ ଚରମ୍ପା ସ୍ଥିତ ଏକ ହୋଟେଲକୁ ଯାଇ ରାତି ଅଧରେ ଅନ୍ୟମାନଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଭଦ୍ରକ ପୋଲିସ ହୋଟେଲରେ ପହଞ୍ଚି କିନ୍ନରମାନଙ୍କୁ ଘଉଡ଼ାଇବା ପାଇଁ ଫ୍ଲାଗମାର୍ଚ୍ଚ କରିଥିଲା । ଉଭୟ ଗୋଷ୍ଠୀର ୫ ଗୁରୁତର ଆହତ ହୋଇଥିଲାବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ଉ କରି କିନ୍ନରମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com