Breaking NewsFeaturedରାଜନୀତି

ଦାୟିତ୍ୱ ନେବା ପରେ ଭଜନ ଲାଲ ଶର୍ମାଙ୍କ ଉପରେ ପଡିଲା କି ଶନିଦଶା? କାର ହେଲା ଦୁର୍ଘଟଣାଗ୍ରସ୍ତ ।

ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପରେ ପରେ ପଡିଲା ଶନିଦଶା । ଅଲ୍ପକେ ବଂଚିଲା ଜୀବନ । କାରଣ ରାସ୍ତା କଡ ଡ୍ରେନରେ ପଶିଯାଇଥିଲା ଗାଡିର ଚକା । ଯାହା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆମେ କହୁଛୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ କଥା । ଏଇ ନିକଟରେ ସେ ପ୍ରଥମ ଥର ପାଇଁ ପିନ୍ଧିଥିଲେ ମୁଖ୍ୟମନ୍ତ୍ରୀ ମୁକୁଟ । ଏହାପରେ ପୁରା ରାଜ୍ୟର ମଙ୍ଗ ଧରିଛନ୍ତି ଭଜନ । ତେଣୁ ଏକ କାର୍ଯ୍ୟକ୍ରମରେ ପାଇଁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଭରତପୁର ଗସ୍ତ ବେଳେ ଭଜନ ଶର୍ମାଙ୍କ କାରର ଚକ ରାସ୍ତା ପାଶ୍ୱର୍ରେ ଥିବା ଏକ ଡ୍ରେନକୁ ଚାଲି ଯାଇଥିଲା । କାରର ଯେଉଁ ପାଶ୍ୱରେ ମୁଖ୍ୟମନ୍ତ୍ରୀ ବସିଥିଲେ ତାହା ହଠାତ ତଳକୁ ଖସି ଯାଇଥିଲା । ହେଲେ ଅଳ୍ପକେ ବର୍ତୀ ଯାଇଥିଲେ ଭଜନ ଲାଲ ଶର୍ମା । ଏହାପରେ ତାଙ୍କୁ ଅନ୍ୟ ଏକ ଗାଡିରେ ପଠାଯାଇଥିଲା ।

ଏଠାରେ କହିରଖୁଛୁ ଯେ , ରାଜସ୍ଥାନର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଙ୍ଗଳବାର ଭରତପୁର ଆସିଥିଲେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ନିଜ ବ୍ୟକ୍ତିଗତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟି ସର୍କିଟ ହାଉସରେ ପହଂଚିଥିଲେ ଭଜନ । ତେବେ ସେଠାରୁ ଗୋବର୍ଦ୍ଧନର ଗିରିରାଜ ଜୀଙ୍କୁ ଦେଖା କରିବାକୁ ଯାଉଥିବା ବେଲେ ରାସ୍ତାରେ ଘଟିଲା ଏଭଳି ଅଘଟଣ ।

Related Articles

Back to top button
WP Twitter Auto Publish Powered By : XYZScripts.com