Breaking NewsFeaturedରାଜନୀତି

କାହିଁକି ବିଜେଡିରୁ ଇସ୍ତଫା ଦେଲେ ଟାଣୁଆ ନେତା ବଳଭଦ୍ର ମାଝୀ, ଦେଖନ୍ତୁ

ପୁଣି ବିଜେଡି ଛାଡିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଆଗକୁ ନିର୍ବାଚନ ଆସୁଥିବାରୁ ପଦ୍ମ ଗାଡିଆକୁ ଆଉ ଥରେ ଡେଇଁ ପାରନ୍ତି ଏହି ଟାଣୁଆ ନେତା ତଥା ପୂର୍ବତନ ବିଧାୟକ । ରାଜନୈତିକ ମହଲରେ ଏବେ ଏଭଳି ଚର୍ଚ୍ଚା ଜୋର । କାରଣ ବିଜେଡିରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ତଥା ବିଜେଡି ନେତା ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଦେଇଛନ୍ତି ଇସ୍ତଫା । ଏନେଇ ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ୫-ଟି କାର୍ୟ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୂର୍ବତନ ସାଂସଦ । ୫-ଟି ଭାବେ ନୂଆରେ ସେକ୍ରେଟାରୀ ସ୍ତରୀୟ ଟିମ୍ ଗଠନକୁ ନେଇ ମାଝୀ କରିଥିଲେ କଟାକ୍ଷ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନିଜର ଆସନ ସୁରକ୍ଷିତ ପାଇଁ ସେ ପୁଣି ବିଜେଡି ଛାଡିଥିବା କୁହାଯାଉଛି । ଏମିତିକି ବିଜେପିରେ ହିଁ ବଳଭଦ୍ର ମାଝି ପୁଣି ଥରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ଏଠାରେ କହିରଖୁଛୁ ଯେ, ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର ମାଝୀ । ସେ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ୨୦୧୪ରୁ ନବରଙ୍ଗପୁର ଜିଲାରୁ ସେ ବିଜେଡି ଲୋକସଭା ସାଂସଦ ଥିଲେ । ତେବେ ୨୦୧୯ରେ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇ ଟିକେଟ ପାଇଥିଲେ କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ପୁଣି ବିଜେଡିରେ ସେ ସାମିଲ ହୋଇଥିଲେ । ଆଉ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଛନ୍ତି ବଳଭଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com