ଓଡ଼ିଶା

ରାଜ୍ୟରେ ୫ କୋଟି ୮୮ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର () ରାଜ୍ୟରେ ଗୁରୁବାର ୧ଲକ୍ଷ ୮୦ହଜାର ୫୪୦ ହିତାଧିକାରୀ ଟିକା ନେଇଛନ୍ତି । ଏହାଦ୍ବାରା ମୋଟ ଟିକାକରଣ ୫ କୋଟି ୮୮ ଲକ୍ଷ ୭୪ ହଜାର ୬୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ବରିଷ୍ଠ ନାଗରିକ, ୬୩ ପ୍ରତିଶତ ସମ୍ମୁଖ ଯୋଦ୍ଧା ଏବଂ ୪୨% ସ୍ବାସ୍ଥ୍ୟକର୍ମୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି । ସେହିପରି ୧୫ରୁ ୧୮ ବର୍ଷ ୭୦.୫% ପ୍ରଥମ ପାନ ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ଗୁରୁବାର ରାଜ୍ୟର ୩୦୬୨ ଟିକାଦାନ କେନ୍ଦ୍ରରେ ୧୪୭୬ ସ୍ବାସ୍ଥ୍ୟକର୍ମୀ, ୪୭୩୦ ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୭୯୦୯ ହିତାଧିକାରୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷର ୧୭ ହଜାର ୩୦୩ କିଶୋର/କିଶୋରୀ ପ୍ରଥମ ପାନ ଓ ୫୩ ହଜାର ୭୧୧ ଦ୍ବିତୀୟ ପାନ ନେଇଛନ୍ତି। ଏହାବ୍ୟତୀତ ୬ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପାନ, ୧୭୭ ଦ୍ବିତୀୟ ପାନ ନେଇଛନ୍ତି। ୧୨ ସମ୍ମୁଖ ଯୋଦ୍ଧା ପ୍ରଥମ ପାନ ଓ ୧୯୧ ଦ୍ବିତୀୟ ପାନ ନେଇଥିବାବେଳେ ୧୮ରୁ ୪୪ ବର୍ଷ ୧୨ ହଜାର ୮୬୧ ହିତାଧିକାରୀ ପ୍ରଥମ ପାନ ଓ ୫୪ହଜାର ୯୯୪ ଦ୍ବିତୀୟ ପାନ ନେଇଛନ୍ତି। ୪୫ ବର୍ଷରୁ ଅଧିକ ୩୪୧୮ ହିତାଧିକାରୀ ପ୍ରଥମ ପାନ ଓ ୨୩ ହଜାର ୭୫୨ ଦ୍ବିତୀୟ ପାନ ନେଇଛନ୍ତି। ଏହାଛଡ଼ା ୧୪୭୨ ଗର୍ଭବତୀ ଟିକା ନେଇଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com