ଓଡ଼ିଶା

୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର() 24 ଘଣ୍ଟା ଧରି ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମାହାପାତ୍ର ସମସ୍ତ ଡିସିକମ୍ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେଭଳି ବିଦ୍ୟୁତ କାଟ୍ ନହୁଏ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ ସଂସ୍ଥା ଗୁଡିକ କାର୍ଯ୍ୟ କରିବାକୁ ସେ ଆଦେଶ ଦେଇଛନ୍ତି । ଖରା ଦିନେ ବିଦ୍ୟୁତ କାଟ୍ ହେବା ନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ 3 ମାସ ତଳେ ବିଧାନସଭାରେ ଏବଂ ମୁଖ୍ୟ ଶାସନ ସଚିବ କିଛି ଦିନ ପୂର୍ବେ ଆଶ୍ବାସନା ଦେଇଥିଲେ । ମାତ୍ର ବିତରକ କମ୍ପାନୀ ଟାଟା ପାଓ୍ବାର ଏହାକୁ ମାନି ନଥିଲେ ।

ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ପରେ ସୋମବାର ରାଜ୍ୟର ବିଦ୍ୟୁତ ଉତ୍ପାଦନ ଓ ଚାହିଦା ସମ୍ପର୍କରେ ଏକ ଜରୁରୀ ବୈଠକ ଡାକି ସମୀକ୍ଷା କରିଥିଲେ ।  ବୈଠକରେ ଗ୍ରୀଷ୍ମ ପ୍ରବାହ ଏବଂ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ବିଦ୍ୟୁତ କାଟ୍ ନେଇ ଉପୁଜୁଥିବା ସମସ୍ୟା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏଭଳି ଏକ ସମୟରେ ବିଦ୍ୟୁତ କାଟ୍ ନ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଆଦେଶ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com