କ୍ରୀଡ଼ା
୨୦୧୭ ର ପ୍ରତିଶୋଧ ନେଲା ଭାରତ;ପାକିସ୍ତାନକୁ ହରାଇ ସେମି ଫାଇନାଲରେ କଲା ଏଣ୍ଟ୍ରି

ନୂଆଦିଲ୍ଲୀ : ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ବଦଲା ନେଲା ଟିମ୍ ଇଣ୍ତିଆ । ସୁପର ସନଡେ’ର ସୁପର ଫାଇଟରେ ପାକିସ୍ତାନକୁ ହରାଇଲା ଭାରତ। ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ୬ ଓ୍ବିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂରେ ବିପର୍ଯ୍ୟସ୍ତ ହୋଇ ପଡିଲେ ପାକିସ୍ତାନ ବୋଲର। ଭାରତର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ। ଟିମ୍ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ । ଏପଟେ ଟିମ୍ ଇଣ୍ତିଆ ବିଜୟ ସହ ସେମିଫାଇନାଲ୍କୁ ଯିବା ପାଇଁ ପକ୍କା କରିଛି ।
ତେବେ ଭାରତ ପକ୍ଷରୁ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରି ୧୧୧ ବଲରେ ଯୋଡିଥିଲେ ୧୦୦ ରନ୍। ସେପଟେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ମଧ୍ୟ ଭାରତକୁ ବିଜୟ ଅଭିମୁଖେ ନେଇଥିଲା। ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏହି ବିଜୟ ସହ ସେମିରେ ନିଜର ସ୍ଥାନ ପକା କରିଛି ଭାରତ।




