କ୍ରୀଡ଼ା

ପ୍ରଥମ ଭାରତୀୟ ଭାବେ ଡାଏମଣ୍ଡ ଲିଗ୍ ଟ୍ରଫି ଜିତିଲେ ନୀରଜ ଚୋପ୍ରା

ଇତିହାସ ରଚିଲେ ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଆଥଲେଟ ଭାବେ ସମ୍ମାନଜନକ ଡାଇମଣ୍ଡ ଟ୍ରଫି ଜିତିଛନ୍ତି ନୀରଜ। ଡାଇମଣ୍ଡ ଲିଗ୍ ଫାଇନାଲରେ ୮୮ ଦଶମିକ ୪୪ ମିଟର ଜାଭେଲିନ ଥ୍ରୋ କରି ସେ ଟାଇଟେଲ ଜିତିଛନ୍ତି। ୨୦୧୭ ଓ ୨୦୧୮ରେ ନୀରଜ ଡାଇମଣ୍ଡ ଲିଗ୍ ଫାଇନାଲ କ୍ୱାଲିଫାଏ କରିଥିଲେ ବି ଟାଇଟେଲ ଜିତିପାରି ନଥିଲେ । ସେପ୍ଟେମ୍ବର ୮ରେ ଜୁରିକଠାରେ ହୋଇଥିବା ଡାଇମଣ୍ଡ ଲିଗ୍ ଫାଇନାଲରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ନୀରଜ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୨ରେ ବିଶ୍ୱ ଆଥଲେଟ ଚାମ୍ପିୟନସିପରେ ସିଲଭର ମେଡାଲ ଜିତିଥିଲେ ନୀରଜ ଚୋପ୍ରା ।

Related Articles

Back to top button
WP Twitter Auto Publish Powered By : XYZScripts.com