ଜାତୀୟମନୋରଞ୍ଜନ

ଲୁଚିଛପି ବାହାହେଲେ ସଲମାନ ଖାନ୍ ଓ ସୋନାକ୍ଷୀ ସିହ୍ନା! ଜାଣନ୍ତୁ କ’ଣ ରହିଛି ଭାଇରାଲ ଫଟୋର ସତ୍ୟତା

ମୁମ୍ବାଇ() ସଲମାନ ଖାନ୍ ବଲିଉଡର ଏପରି ଏକ ଷ୍ଟାର, ଯାହାଙ୍କ ବାହାଘରକୁ ସମସ୍ତେ ଅପେକ୍ଷା କରିଛନ୍ତି । ସମସ୍ତେ ସଲମାନଙ୍କୁ ବର ବେଶରେ ଦେଖିବାକୁ ଚାହୁଁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲମାନ ଖାନ୍ ଓ ସୋନାକ୍ଷୀ ସିହ୍ନା ବର-କନ୍ୟା ବେଶରେ ନଜର ଆସିଛନ୍ତି ।

ଏହି ଫଟୋକୁ ଦେଖି ଅନେକ ଫ୍ୟାନ୍ସ ସଲମାନ ଓ ସୋନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଫଟୋରେ ସଲମାନ ସୋନାକ୍ଷୀଙ୍କୁ ନିର୍ବନ୍ଧର ମୁଦି ପିନ୍ଧାଉଥିବାର ନଜର ଆସିଛନ୍ତି । ଅବଶ୍ୟ ସଲମାନ ଓ ସୋନାକ୍ଷୀ ନିର୍ବନ୍ଧର ଏହି ଫଟୋଟି ଅସଲି ନୁହେଁ । ଏହି ଫଟୋକୁ କୌଣସି ଏକ ପ୍ରଶଂସକ ଏଡିଟ କରିଛନ୍ତି ।

ତେବେ ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ପୂର୍ବରୁ ସଲମାନ ଖାନଙ୍କ ସାନଭାଇ ସୋହେଲ ଖାନଙ୍କ ଶଳା ବଣ୍ଟି ସଚ୍ଚଦେବଙ୍କ ସହ ଡେଟିଂ କରିଥିଲେ । କିନ୍ତୁ ଏବେ ତାଙ୍କର ବ୍ରେକଅପ୍ ହୋଇସାରିଛି । କିଛି ଦିନ ପୂର୍ବେ ସୋନାକ୍ଷୀ ସିହ୍ନା ଅଭିନେତା ଜାହିର ଇକବାଲଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ । ଯାହା ଦେଖିବା ପରେ ଲୋକମାନେ ଭାବିବାକୁ ଲାଗିଲେ ଯେ ସୋନାକ୍ଷୀ ତାଙ୍କୁ ଡେଟ କରୁଛନ୍ତି । ତେବେ ଜହିର ଇକବାଲଙ୍କ ଡେବ୍ୟୁ ଫିଲ୍ମ ନୋଟବୁକ୍ ସମୟରୁ ଖବର ଆସୁଛି କି, ସୋନାକ୍ଷୀ ସିହ୍ନା ତାଙ୍କ ସହ ରିଲେସନସିପରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com