ଅନ୍ୟାନ୍ୟରାଜନୀତି

ଯିବାଆସିବା କରିବାକୁ ରାସ୍ତାଟିଏ ନାହିଁ।

ଭୁବନେଶ୍ୱର,  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର ଡୁମ୍ବା ଗାଁର।୫ଶ଼ହ ପରିବାର ରହୁଥିବା ଏହି ଗାଁରେ ଅନ୍ୟ ସୁବିଧା ପଛ କଥା, ଯିବାଆସିବା କରିବାକୁ ରାସ୍ତାଟିଏ ନାହିଁ।

ଫଳରେ ଲୋକେ ନିଜସ୍ବ ଉଦ୍ୟମରେ ଜଲାଙ୍ଗ ନଦୀରୁ ଗାଁକୁ କରିଛନ୍ତି କିଛି ଏଭଳି ବାଟ।

ତେଲଲୁଣ କିଣା ହେଉ ଅବା ରୋଗୀ ଏଇ କାଠ ପୋଲ ଭରସା। ନଦୀର ଦୁଇ କୂଳରେ ଥିବା ଦୁଇଟି ଗଛ ଉପରେ କାଠ ଗଣ୍ଡି ପକାଇ ତାଉପରେ ଲୋକେ କରୁଛନ୍ତି ଯିବା ଆସିବା।

ଦୀର୍ଘଦିନ ହେଲାଣି ପୋଲଟିଏ ପାଇଁ ବାରମ୍ବାର ଦାବି କରୁଥିଲେବି ପ୍ରଶାସନ ଆଖିକାନ ବୁଜି ଦେଇଥିବା ଅଭିଯୋଗ ହୋଇଛି।

ତେଣେ ଘଟଣା ନେଇ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି, ଶୀଘ୍ର ପୋଲ ନିର୍ମାଣ କରାଯିବ।

Related Articles

Back to top button