ଓଡ଼ିଶା

ବାଇକକୁ ପିଟି ଫେରାର ଟ୍ରକ, ଜଣେ ମୃତ, ୨ଗୁରୁତର

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକକୁ ପିଟିଛି ଟ୍ରକ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୨ଗୁରୁତରଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଛି । ମୃତକ ଖଡ଼ିଆଳ ଥାନା କେନ୍ଦୁପାଟି ଗାଁର ଶ୍ୟାମ ପୁଞ୍ଜି ବୋଲି ଜଣାପଡିଛି ।

ଶ୍ୟାମ ଓ ତାଙ୍କ ୨ ଜଣ ସାଙ୍ଗ ଏକ ବାଇକରେ ଖଡ଼ିଆଳରୁ କଣ୍ଟାବାଞ୍ଜି ରେଳଷ୍ଟେଶନକୁ ଯାଉଥିବା ସମୟରେ ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ବିପରିତ ଦିଗରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ଘଟଣା ସ୍ଥଳରେ ହିଁ ଶ୍ୟାମଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଇଥିବା  ବେଳେ ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ୨ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com