କ୍ରୀଡ଼ା

ଭାରତ-ଇଣ୍ଡିଜ୍ ଟି୨୦ ସିରିଜ୍ : ପ୍ରଥମ ମ୍ୟାଚରେ ଦର୍ଶକଙ୍କୁ ମନା

କୋଲକାତା() ଇଡେନ୍‌ ଗାର୍ଡେନ୍ସରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହି ସିରିଜ ପାଇଁ ପଶ୍ଚିମବଙ୍ଗ ସରକାର ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି । ବୁଧବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ ।

ବିସିସିଆଇ ନିଷ୍ପତ୍ତି କ୍ରମେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି ଅଫିସିଆଲ୍‌, ବିଭିନ୍ନ ୟୁନିଟ୍‌ର ପ୍ରତିନିଧି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିମାନେ ମ୍ୟାଚ୍‌ ଦେଖିପାରିବେ । କିନ୍ତୁ ବେଙ୍ଗଲ କିକେଟ୍‌ ବୋର୍ଡ଼ (ସିଏବି) ଶେଷ ଦୁଇଟି ମ୍ୟାଚ୍‌ ପାଇଁ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାକୁ ବିସିସିଆଇକୁ ଅନୁରୋଧ କରିଛି । ଏବେ ସିଏବି ବିସିସିଆଇର ଉତ୍ତରକୁ ଅପେକ୍ଷା କରିଛି । ଦର୍ଶକଙ୍କୁ ଅନୁମତି ମିଳିଲେ ଖୁବଶୀଘ୍ର ଟିକେଟ୍‌ ବିକ୍ରି କରାଯିବ ବୋଲି ସିଏବି ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com