Breaking NewsFeaturedରାଜନୀତି

ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀଙ୍କୁ ଗିରଫ କରାଇନେବ ବିଜେପି: ମମତା ବାନାର୍ଜୀ

ନିର୍ବାଚନୀ ରୁତୁରେ ଆକ୍ସନ ମୋଡରେ ଇଡି । କେତେବେଲେ କଂଗ୍ରେସ ନେତା ଆଉ କେତବେଳେ ଆପ ନେତାଙ୍କୁ ଘାଂଟୁଛି ପ୍ରବର୍ତନ ନିଦେ୍ର୍ଦଶାଳୟ । ଆଉ ଏବେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଘଟଣାରେ ନଭେମ୍ବର ୨ ଅର୍ଥାତ ଗୁରୁବାର ହାଜର ହେବା ପାଇଁ ନୋଟିସ କରିଛି ଇଡି । ଯାହାକୁ ନେଇ ଚିହିଁକି ଉଠିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଇଡିର ଆକ୍ସନ ପରେ ଆସିଛି ଦିଦିଙ୍କ ‘ମୋଦି’ ରିଆକ୍ସନ । ୨୦୨୪ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ଆକ୍ରମଣ କରୁଥିବା କହିଛନ୍ତି ମମତା ବାନାର୍ଜୀ । ସେପଟେ କେବଳ କେଜ୍ରିୱାଲ ନୁହେଁଁ ଅନ୍ୟ ନେତାଙ୍କୁ ବି ପଠାଯାଇଛି ନୋଟିସ । କିଛି ସାଂସଦଙ୍କ ଫୋନ ବି ହ୍ୟାକ ହୋଇଥିବା ଅଭିଯୋଗ ଆସୁଛି । ଏସବୁ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପଶିମବଙ୍ଗ ସିଏମ । ତେଣୁ ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ନେତାଙ୍କୁ ଗିରଫ କରିବା ସହ ବିରୋଧୀଙ୍କ ଫୋନ ହ୍ୟାକ କରିବାକୁ ବିଜେପି ଚାହୁଁଚି ବୋଲି କହିଛନ୍ତି ଦିଦି । ଶୁଣନ୍ତୁ ଆଉ କଣ ସବୁ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com