ଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ଅନଲାଇନ୍‌ ଗେମ୍‌ରେ ଝିଅ ହରାଇଲା ସବୁକିଛି, ଏବେ ମା’ ପୂରା ସର୍ବଶ୍ଵାନ୍ତ

ଡିଜିଟାଲ୍ ଯୁଗରେ ଅନଲାଇନ୍‌ ଗେମ୍‌ ଏକ ସାଧାରଣ କଥା ହୋଇଗଲାଣି। ତେବେ ଖେଳ ଯେ କେତେବେଳେ କାହାଲାଗି କାଳ ପାଲଟି ଯାଉଛି ତାହା କହିବା ସହଜ ନୁହେଁ। ଖେଳ ନିଶାରେ ଲୋକେ ସର୍ବସ୍ଵ ହରାଇ ଦେଉଥିବା ନଜିର ବି ରହିଛି। ସେମିତି ଏକ ପରିବାର ପାଇଁ ଖେଳ ସାଜିଛି କାଳ। ଝିଅ ଅନଲାଇନ୍‌ ଗେମରେ ଲଗାଇଲା ୫୨ ଲକ୍ଷ ଟଙ୍କା। ଆଉ ଏବେ ମା’ ଆକାଉଣ୍ଟରେ ରହିଛି ମାତ୍ର ୫ଟଙ୍କା। ଶୁଣିବାକୁ ଅବିଶ୍ଵାସ ଲାଗୁଥିଲେ ବି କଥାଟି ସତ। ଜଣେ ପିଲାର ମୋବାଇଲ ଗେମ୍‌ ନିଶା ଲାଗି ଏକ ପରିବାର କାଙ୍ଗାଳ ହୋଇଛି।

ଚୀନରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଜଣେ ୧୩ ବର୍ଷୀୟା ଝିଅର ଅନ୍‌ଲାଇନ୍‌ ଗେମ୍‌ ନିଶା ଯୋଗୁଁ ପରିବାରର ୪୪୯,୫୦୦ ୟୁଆନ ବା ୭ ହଜାର ଡଲାରଠୁ ବି ଅଧିକ କ୍ଷତି ହୋଇଛି । ଯାହା ହାରାହାରି ୫୨ ଲକ୍ଷ ୧୯ ହଜାର ୮୦୯ ଟଙ୍କା । ଝିଅର ମା’ ଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ଏବେ ମାତ୍ର ୫ ଟଙ୍କା ବଳକା ଅଛି । ଅନ୍‌ଲାଇନ୍‌ ଟୁଲ୍‌, ଗେମ୍‌ ଆଇଟମ୍‌  ଆଦି କିଣିବାରେ ଝିଅ, ମା’ ର ଡେବିଟ୍‌ କାର୍ଡ ବ୍ୟବହାର କରିଥିଲା । ତେବେ ଏନେଇ ଝିଅଟିର ଶିକ୍ଷକଙ୍କର ତା’ ଉପରେ ସନ୍ଦେହ ହୋଇଥିଲା । ପରେ ଘଟଣାଟି ଜଣାପଡ଼ିଥିଲା।

ଝିଅଟି ଅନ୍‌ଲାଇନ୍‌ ଗେମ୍‌ ନିଶାରେ ପାଗଳ ଥିବା କଥା ଶିକ୍ଷକ ପୂର୍ବରୁ ସନ୍ଦେହ କରୁଥିଲେ । ସ୍କୁଲ ସମୟରେ ଝିଅ ଅନ୍‌ଲାଇନ୍‌ ଗେମ୍‌ରେ ଅଧିକ ସମୟ ବିତାଉଥିଲା ବୋଲି ଶିକ୍ଷକ କହିଛନ୍ତି । ଏ ବିଷୟରେ ଜାଣିବା ପରେ ତା’ ର ମା’ ନିଜ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ୍‌ କଲେ । ତାଙ୍କ ଆକାଉଣ୍ଟ୍‌ରେ ମାତ୍ର ୦.୫ ୟୁଆନ୍‌ ଅର୍ଥାତ୍‌ ମାତ୍ର ୫  ଟଙ୍କା ଥିବା ଶେଷରେ ଜାଣିବାକୁ ପାଇଥିଲେ । ବାପା ପଚାରିବାରୁ ଝିଅ ସମସ୍ତ ଘଟଣା ବିଷୟରେ ବଖାଣିଥିଲା । ନିଜେ ଗେମ୍‌ ଖେଳିବା, ଗେମ୍‌  କିଣିବା ସହ ୧୦ ଜଣ ସହପାଠୀଙ୍କ ପାଇଁ ମଧ୍ୟ ଅନ୍‌ଲାଇନ୍‌ ଗେମ୍‌ କିଣିବାରେ ସେ ଟଙ୍କା ଖର୍ଚ୍ଚ କରିଥିବା କହିଛି । ଝିଅଟିର କହିବା ଅନୁସାରେ, ସେ ଘରେ ଏକ ଡେବିଟ୍‌ କାର୍ଡ ପାଇବା ପରେ ତାକୁ ନିଜ ସ୍ମାର୍ଟଫୋନ୍‌ରେ ସଂଯୋଗ କରିଥିଲା । ମା’ ତାକୁ ପୂର୍ବରୁ ଡେବିଟ୍‌  କାର୍ଡର ପାସ୍‌ୱାର୍ଡ ଦେଇଥିଲେ ।

ତେବେ କେବଳ ଚୀନ କାହିଁକି, ଭାରତରେ ମଧ୍ୟ ଏଭଳି ଘଟଣା ପୂର୍ବରୁ ଘଟିଛି। ହାଇଦ୍ରାବାଦର ଜଣେ ୧୬ ବର୍ଷୀୟ ନାବାଳକ ଅନ୍‌ଲାଇନ୍ ଗେମ୍ ଫ୍ରି ଫାୟାର ଡାଉନଲୋଡ କରିଥିଲେ । ଏହି ଗେମ୍‌ରେ ନିଜ ମା’ଙ୍କ ଆକାଉଣ୍ଟରୁ ୩୬ ଲକ୍ଷ ଟଙ୍କା ଲଗାଇଥିବା ଜଣାପଡ଼ିଥିଲା।

Related Articles

Back to top button