ବାଣିଜ୍ୟ

ଡାକଘରେ ‘୨-ଜି’ ଇଣ୍ଟରନେଟରେ ଚାଲୁଛି କାର୍ଯ୍ୟ

ଭୁବନେଶ୍ୱର, ୨୬/୧୧/୨୦୨୨-    ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଦେଶର ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକ ସମୟ ସହ ତାଳଦେଇ ନିଜକୁ ଅପଡେଟ କରିବାରେ ଲାଗିଛନ୍ତି । ହେଲେ ବହୁ ପଛରେ ପଡ଼ିଛି ଭାରତୀୟ ଡାକ ସେବା । ରାଜ୍ୟରେ ଥିବା ସମସ୍ତ ଶାଖା ଡାକଘର ଓ ଉପ-ଡାକଘରେ ‘୨-ଜି’ ଇଣ୍ଟରନେଟ୍‍ ସୁବିଧା ମିଳୁଛି । ସେହିଭଳି ଡାକ ବିଭାଗର ନିଜସ୍ୱ ସଫ୍ଟୱେୟାର୍‍କୁ ଠିକ୍‍ ଭାବେ କାର୍ଯ୍ୟକ୍ଷମ କରାଇବାରେ ‘୨-ଜି’ ଇଣ୍ଟରନେଟ୍‍ ସେବା ବିଫଳ ହେଉଛି । ଏଥି ଯୋଗୁଁ ବହୁତ ସମୟ ଅପଚୟ ହେଉଛି । ଏଭଳି ସ୍ଥିତିରେ ଉପଭୋକ୍ତାମାନଙ୍କୁ ସର୍ଭର୍‍ ଡାଉନ୍‍ ଥିବା କହି ଫେରାଇ ଦିଆଯାଉଛି । ଯେଉଁଥିପାଇଁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com