କ୍ରୀଡ଼ା

IND vs ENG Test : ରୋହିତଙ୍କ ସହ କିଏ କରିବ ଓପନିଂ ? ସାମ୍ନାକୁ ଆସିଲା ଏହି ଖେଳାଳିଙ୍କ ନାମ…

ମୁମ୍ବାଇ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଟିମ୍‌ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍‌ ଖେଳିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ପହଞ୍ଚି ଜୋରଦାର ଅଭ୍ୟାସ୍ କରୁଛି ।

ତେବେ ଗସ୍ତ ସମୟରେ ସିରିଜିରୁ ଓପନ୍‌ର ବ୍ୟାଟସମ୍ୟାନ୍‌ ଭାବେ କେଏଲ୍‌ ରାହୁଲଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଆହତ କାରଣରୁ ସିରିଜ୍‌ରୁ ବାଦ୍‌ ପଡିଛନ୍ତି କେଏଲ୍‌ ରାହୁଲ । ଏବେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାହୁଲଙ୍କ ବଦଳରେ କିଏ କରିବ ରୋହିତଙ୍କ ସହ ଓପନିଂ ?

ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛି ବିସିସିଆଇ । ଏକ ଭିଡିଓ ପୋଷ୍ଟ କରି ଓପନିଂ ଯୋଡିର ସଙ୍କେତ ଦେଇଛି ବିସିସିଆଇ । ଭିଡିଓରେ ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ ନେଟ୍‌ ଅଭ୍ୟାସ୍‌ କରୁଥିବାର ଦେଖିବାକୁ ମିଳିଛି । ଭିଡିଓର କ୍ୟାପସନରେ ବିସିସିଆଇ ଲେଖିଛି ଯେ, ଆମର ଓପନର ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ ପ୍ରଥମ ଦିନରେ ଜୋରଦାର ଅଭ୍ୟାସ କରୁଛନ୍ତି ।

ତେବେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଶୁଭମନ୍‌ ଗିଲ୍‌ ଓ ରୋହିତ ଶର୍ମା ଓପନିଂ କରିପାରନ୍ତି । ଇଂଲଣ୍ଡ-ଭାରତ ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ୍‌ର  ଏବେ ଶେଷ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଭାରତ ୨-୧ରେ ଆଗୁଆ ରହିଛି । ଗତ ବର୍ଷ ଖେଳାଯାଇଥିଲା ଏହି ସିରିଜ୍‌ । କୋଭିଡ଼ କାରଣରୁ ଶେଷ ଟେଷ୍ଟ ମ୍ୟାଚ୍‌ ବାକି ରହିଯାଇଥିଲା । ଯାହା ଜୁଲାଇ ୧ ତାରିଖ ଦିନ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com