ଜାତୀୟରାଜନୀତି

ନାମାଙ୍କନ ଦାଖଲ କଲେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମିଳିତ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ନାମାଙ୍କନ ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ମମତା ବାନାର୍ଜୀ, ଅଶୋକ ଗେହଲଟ, ଅଖିଳେଶ ଯାଦବ ପ୍ରମୁଖ ବିରୋଧୀ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନରେ ସିହ୍ନାଙ୍କ ପ୍ରତିଦ୍ୱନ୍ଦିତା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ । ଯଶୱନ୍ତଙ୍କ ପଛରେ ଏକାଧିକ ବିରୋଧୀ ଦଳଙ୍କ ସମର୍ଥନ ରହିଛି । ସୋବାର ଯଶୋୱନ୍ତଙ୍କୁ ତେଲେଙ୍ଗାନା ରାଷ୍ଟ୍ର ମସିତି ନିଜର ସମର୍ଥନ ଘୋଷଣା କରିଛି । ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ । ଯଶୱନ୍ତ ସିହ୍ନା ଜନତା ଦଳରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ୨୦୧୮, ଏପ୍ରିଲ ୨୧ରେ ବିଜେପିରୁ ଇସ୍ତଫା ଦେଇଥିଲେ । ୨୦୨୧ ମାର୍ଚ୍ଚ ୧୩ରେ ଟିଏମସିରେ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com