ଜାତୀୟମନୋରଞ୍ଜନ

ବେବି ଗୁଡ୍ଡୁ ଏବେ ଏୟାରଲାଇନ୍ସ କର୍ମଚାରୀ, ଶିଶୁ କଳାକାର ଭାବେ ଋଷି କପୁରଙ୍କ ଭୂମିକାରେ ଆସିଥିଲେ ନଜର

ମୁମ୍ବାଇ : ୮୦ ଦଶକରେ ଜଣେ ଶିଶୁ ଅଭିନେତ୍ରୀ ନିଜର ଚୁଲବୁଲି ଅଭିନୟ ବଳରେ ସମସ୍ତଙ୍କ ହୃଦୟ ଜିତି ଯାଇଥିଲେ। ଅନେକ ଚଳଚ୍ଚିତ୍ରରେ ସେ ଏକ ସୁନ୍ଦର, ଚୁଲବୁଲି ଏବଂ ନିରୀହ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି। ହଁ, ଆମେ ସେହି ଲୋକପ୍ରିୟ କଳାକାର ବେବି ଗୁଡ୍ଡୁଙ୍କ ବିଷୟରେ କହୁଛୁ, ଯାହାର ପ୍ରକୃତ ନାମ ଶାହିନ୍ଦା ବାଗ୍ । ହେଲେ ଅଧିକାଂଶ ଲୋକ ତାଙ୍କୁ ବେବି ଗୁଡ୍ଡୁ ନାମରେ ଜାଣିଛନ୍ତି ।

୧୯୮୪ରେ ପାପା ଔର ପୁଣ୍ୟରେ ବେବି ଗୁଡ୍ଡୁଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ​​। ଏହି ଫିଲ୍ମରେ ଅଭିନୟ କରିବା ପରେ ସେ ଖୁବ୍‌ ଲୋକଙ୍କ ପ୍ରିୟ ହୋଇଥିଲେ। ଏହା ବ୍ୟତୀତ ସେ ଖୁବ୍‌ ବିଜ୍ଞାପନ ମଧ୍ୟ କରିଛନ୍ତି । ସେ ଶ୍ରୀଦେବୀ, ଜୟା ପ୍ରଦା, ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ବଡ କଳାକାରଙ୍କ ସହ କାମ କରିବା ସହ ସେ ସମସ୍ତଙ୍କ ପ୍ରିୟ ଥିଲେ। ବେବି ଗୁଡୁଙ୍କୁ ପ୍ରାୟ ୩୨ଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

t1j9kodo

୧୧ ବର୍ଷ ପରେ, ଶାହିନ୍ଦା ନିଜ ପାଠପଢା ଉପରେ ଧ୍ୟାନ ଦେବା ପାଇଁ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଲେ। ବର୍ତ୍ତମାନ ଶାହିନ୍ଦା ଦୁବାଇରେ ଏମିରେଟ୍ସ ଏୟାରଲାଇନ୍ସ ସହିତ କାମ କରୁଛନ୍ତି। ସେ ବର୍ତ୍ତମାନ ବିବାହିତ। ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ବେବି ଗୁଡୁଙ୍କ ଫଟୋରେ ତାଙ୍କୁ ବିମାନ ଭିତରେ ବସିଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଦେଖିବା ପରେ ଲୋକମାନେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com