ଜାତୀୟରାଜନୀତି

ମହାରାଷ୍ଟ୍ର ରାଜନୀତି: ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ଅଭିଯୋଗରେ ନାହିଁ ଆଦିତ୍ୟଙ୍କ ନାଁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ସବୁକିଛି ଓଲଟପାଲଟ ଚାଲିଛି। ୫୩ ବିଧାୟକଙ୍କୁ ନୋଟିସ୍‌ କଲେ ବିଧାନସଭା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭଗତ। ୫୩ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ପକ୍ଷରୁ ୩୯ ବିଧାୟକଙ୍କୁ ନୋଟିସ୍ କରାଯାଇଥିବା ବେଳେ ଉଦ୍ଧବଙ୍କ ପକ୍ଷରୁ ୧୪ ଜଣଙ୍କୁ ନୋଟିସ୍ ହୋଇଛି।

ଉଭୟ ପକ୍ଷ ପରସ୍ପର ଉପରେ ଦୋଷ ଲଦିଛନ୍ତି। ଜୁଲାଇ ୩ ଓ ୪ ତାରିଖରେ ବିଧାନସଭାରେ ଆସ୍ଥା ଭୋଟ ବେଳେ ଉଭୟ ପକ୍ଷର ବିଧାୟକ ହ୍ୱିପ୍‌କୁ ଅବହେଳା କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଭୟ ପକ୍ଷର ବିଧାୟକ ଅଭିଯୋଗ କରିଛନ୍ତି।

ତେବେ ସିନ୍ଦେଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଆଦିତ୍ୟା ଠାକ୍‌ରେଙ୍କ ନାଁ ନାହିଁ। ଶିବସେନାର ୫୫ ବିଧାୟକ ଥିବା ବଳେ ଆଦିତ୍ୟ ଠାକରେଙ୍କ ବ୍ୟତୀତ ଆଉ ଜଣେ ବିଧାୟକଙ୍କ ନାଁରେ ଅଭିଯୋଗ ନାହିଁ। ତେବେ ୫୩ ବିଧାୟକଙ୍କୁ ସପ୍ତାହକ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com