ଜୀବନଶୈଳୀ

ବଜ୍ରପାତ ଜନିତ ଅଗ୍ନି ବିପନ୍ନ ପରିବାରକୁ ସହାୟତା କଲେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି

ବ୍ରହ୍ମପୁର, ୨୩/୦୮/୨୦୨୨-  ବଜ୍ରପାତରେ ଜଳିଗଲା ଚାରି ଗରିବ ପରିବାରର ଚାରି ବଘରା ଘର । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରୁଢାପଦର ଗ୍ରାମରେ । ଏଥିରେ ଅଶୋକ ନାଇକ, ଫକୀର ନାଇକ, ଶମ୍ଭୁ ନାଇକ ଓ ଭାଗୀ ନାଇକଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ସ୍ଥାନୀୟ ବିଡିଓ ଅନୁପ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରଙ୍କୁ ଜରିପାଲ ଏବଂ କିଛି ଚାଉଳ ଯୋଗାଇ ଦେଇଥିଲେ । ସେହିପରି କନ୍ଧମାଳ ସାଂସଦଙ୍କ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତିନିଧି ବିପ୍ର ଚରଣ ବାରିକ ମଧ୍ୟ ଦୁର୍ଦ୍ଦଶାରେ ପଡିଥିବା ପରିବାରଙ୍କୁ ଭେଟି କମ୍ବଳ, ଲୁଗା, ଚୁଡା, ଚାଉଳ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସହାୟତା ପ୍ରଦାନ କରିଥିବା ସମୟରେ  ରଞ୍ଜିତ କୁମାର ପ୍ରଧାନ, ଶ୍ରୀକାନ୍ତ ଦଳବେହେରା, ବିନୋଦ କୁମାର ଜାନି, ସତ୍ୟବାନ ନାୟକ ଏବଂ ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିବା ସହ ଆଗକୁ ସରକାରଙ୍କ ତରଫରୁ ଯାହା ସହାୟତା ପାଇବାକୁ ଯୋଗ୍ୟ ତାହା  ସହଯୋଗ କରାଯିବା ନେଇ ବିପ୍ର ଚରଣ ବାରିକ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com