ଜାତୀୟସ୍ୱାସ୍ଥ୍ୟ

ଦିଲ୍ଲୀରେ ବଢିଚାଲିଛି ଡେଙ୍ଗୁ ମାମଲା

ନୂଆଦିଲ୍ଲୀ ;  ୧୩-୦୯   ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ଏବେସୁଦ୍ଧା ଏଠାରେ ମୋଟ୍ ମାମଲା ୩୦୦ ଛୁଇଁଛି । ଗତ ଏକ ସପ୍ତାହରେ ମୋଟ୍ ୫୧ ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ସେପ୍ଟେମ୍ବର ୯ ସୁଦ୍ଧା ୨୯୫ ଡେଙ୍ଗୁ ମାମଲା ଆସିଥିଲା ।  କେବଳ ଅଗଷ୍ଟରେ ୭୫ ମାମଲା ସାମ୍ନାକୁ ଆସିଛି । ୨୦୧୭ ପରେ ଜାନୁଆରୀ ୧ରୁ ସେପ୍ଟେମ୍ବର ୯ ମଧ୍ୟରେ ଚିହ୍ନଟ ହୋଇଛି ସର୍ବାଧିକ ମାମଲା । ସେତେବେଳେ ଏହି ମାମଲା ୧୧୧୭ ଥିଲା । ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ଦିଲ୍ଲୀରେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନାହିଁ । ତେବେ ୨୦୧୮ରେ ଦିଲ୍ଲୀରେ ୧୩୭ ମାମଲା, ୨୦୧୯ରେ ୧୨୨, ୨୦୨୦ରେ ୯୬ ଓ ୨୦୨୧ରେ ୧୨୪ ମାମଲା ଚିହ୍ନଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com