ଓଡ଼ିଶା

ଆବେଦନର ସପ୍ତାହକ ମଧ୍ୟରେ ମିଳୁନି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍

ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । ଅନ୍ୟପଟେ ସ୍ୱଳ୍ପ ସମୟ, ପୂଜା ଛୁଟି ଯୋଗୁ ବଢ଼ୁଛି ୱେଟିଂ ପିରିୟଡ୍ । ନିର୍ଦ୍ଧାରିତ ସମୟ ପୂର୍ବରୁ ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଜୋରିମାନା । ଯାହାକୁ ନେଇ ଗାଡ଼ି ମାଲିକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପଟେ ଡେଡ୍‌ଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ । ତାରିଖ ପାଖଉଛି ହେଲେ ମିଳୁନି ଡେଟ୍ । ନୂଆ ନମ୍ବର ପ୍ଲେଟ୍ କେମିତି ଲାଗିବ, ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । କାରଣ ସମୟ ଯେତେ ବିତୁଛି ଡେଟ୍ ଲାଇନ୍ ସେତେ ପାଖଉଛି । ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା । ତେଣୁ ଟେନସନ୍‌ ଅଧିକ ବଢ଼ିଛି ।  ୧, ୨, ୩, ୪ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ ଲଗାଇବାର ଶେଷ ଦିନ । ନମ୍ବର ପ୍ଲେଟ୍‌ ନ ଲଗାଇଥିଲେ ଅକ୍ଟୋବର ପହିଲାରୁ ୧୦ ହଜାର ଟଙ୍କା ଜୋରିମାନା ଲାଗିବ । ହେଲେ ନୂଆ ନମ୍ବର ପ୍ଲେଟ୍ ପାଇଁ ବୁକିଂ ହୋଇପାରୁନି । କେଉଁଠି ମାସେ ତ ପୁଣି କେଉଁଠି ଦୁଇ ମାସ ପରେ ଡେଟ୍ ମିଳୁଛି । ଯାହା ଏବେ ଅଧିକ ଚିନ୍ତା ବଢ଼ାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com