ବାଣିଜ୍ୟ

ଆମେରିକା ହୋଇପାରେ ମାନ୍ଦାବସ୍ଥାର ଶିକାର

ଆମେରିକା, ୧୨ /୧୦/୨୦୨୨ –  ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା ମାନ୍ଦାବସ୍ଥାର ଶିକାର ହେବାକୁ ଯାଉଛି । ଏଥିପାଇଁ ଆଗକୁ ପ୍ରତି ମାସରେ ଆମେରିକାରେ ପାଖାପାଖି ୧ ଲକ୍ଷ ୭୫ ହଜାର ଲୋକ ଚାକିରି ହରାଇବାର ଆଶଙ୍କା ଦେଖାଦେଇଛି । ଏପରି ଆକଳନ କରିଛନ୍ତି ‘ୟୁଏସ୍’ ଇକୋନୋମିକ୍ସ’ ର ମୁଖ୍ୟ ମାଇକେଲ ଗୈପନ୍ । ଯଦି ଆମେରିକା ମାନ୍ଦାବସ୍ଥାର ଶିକାର ହୁଏ ଏବଂ ସେଠାରେ ବେରୋଜଗାରୀ ସମସ୍ୟା ଦେଖାଯାଏ ତେବେ ଏହାର ବଡ ପ୍ରଭାବ ଭାରତ ସହ ଅନ୍ୟ ଦେଶ ମାନଙ୍କ ଉପରେ ପଡିବ । ଫଳରେ ଅନେକ ଭାରତୀୟଙ୍କୁ ମଧ୍ୟ ନିଜର କର୍ମ ହରାଇବାକୁ ପଡିପାରେ ।

ବ୍ୟାଙ୍କ ଆମେରିକାର ଏକ ରିପୋର୍ଟରେ ଏପରି ଚମକାଇ ଦେଲାଭଳି ସମ୍ଭାବନା ପ୍ରକାଶ ପାଇଛି । ଆସନ୍ତା ୨୦୨୪ ମସିହାର ପ୍ରଥମ ୬ ମାସ ଆମେରିକା ମାନ୍ଦାବସ୍ଥାରେ ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଦେଶରେ ମାନ୍ଦାବସ୍ଥାକୁ ନିୟନ୍ତ୍ରଣ କରିବାକୁ ‘ଫେଡ୍ ରିଜର୍ଭ’ ଏହାର ରେପୋ ରୋଟ୍ ବଢାଇ ଚାଲିଛି । ଯାହାର ପ୍ରଭାବ କେବଳ ଆମେରିକାରେ ନୁହେଁ ବରଂ ଅନ୍ୟ ଦେଶ ମାନଙ୍କ ଉପରେ ମଧ୍ୟ ପଡୁଛି । ଏହା ପୂର୍ବରୁ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ମଧ୍ୟ ଏପରି ସୂଚନା ଦେଇଥିଲା । ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା କରାଯାଉଛି । କରୋନା ମହାମାରୀ ପରଠାରୁ ଧିରେ ଧିରେ ଏହି ସମସ୍ୟା ଦେଖାଯାଉଛି । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଆମେରିକାକୁ ପରମାଣୁ ଭୟ ଥିବାରୁ ଏହି ସମସ୍ୟାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡାଇ ଦେଇହେବନି ।

Related Articles

Back to top button
WP Twitter Auto Publish Powered By : XYZScripts.com