ବାଣିଜ୍ୟ

ଦୁନିଆର ସବୁଠାରୁ ମହଙ୍ଗା ପାଣି ବୋତଲ ଦାମ୍‌ ଏତେ ଯେ କିଣିପାରିବେ ଘର ଆଉ କାର୍‌

ଭୁବନେଶ୍ୱର, ୨୨/୧୦/୨୦୨୨-    ଆପଣ ବଜାରରେ ବିକ୍ରି ହେଉଥିବା ଅନେକ ମହଙ୍ଗା ଜିନିଷ ବିଷୟରେ ଶୁଣିଥିବେ ଆଉ ଦେଖିଥିବେ ନିଶ୍ଚୟ। ହେଲେ ବେଳେବେଳେ ଏହିପରି କିଛି ଜିନିଷ ମଧ୍ୟ ସାମ୍ନାକୁ ଆସିଥାଏ, ଯାହାର ମୂଲ୍ୟ ସୁନା-ରୂପା ଠାରୁ ମଧ୍ୟ ଅଧିକ ହୋଇଥାଏ । ଯଦି କେହି ଆପଣଙ୍କୁ କୁହନ୍ତି ଯେ ଏକ ଗୋଟିଏ ବୋତଲ ପାଣି ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତେବେ ଆପଣ ବିଶ୍ୱାସ କରିବେ କି ?

ଆପଣ ସାଧାରଣତଃ ଗୋଟିଏ ପାଣି ବୋତଲ ପାଇଁ ୧୦ କିମ୍ବା ୨୦ ଟଙ୍କା ଖର୍ଚ୍ଚ କରିଥିବେ। ଯଦି ଆମେ ବିମାନବନ୍ଦର କଥା କହିବା, ତେବେ ସେଠାରେ ଗୋଟିଏ ବୋତଲ ପାଣି ପାଇଁ ଆପଣଙ୍କୁ ୫୦ ରୁ ୧୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଯେଉଁ ପାଣି ବୋତଲ ବିଷୟରେ କହୁଛୁ ତାହା ୧୦୦ କି ୧୦୦୦ ନୁହେଁ ,ପ୍ରାୟ ୬୫ ଲକ୍ଷ ଟଙ୍କା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, Beverly Hills 90H20 ର ଏକ ବୋତଲ ପାଣି ବୋତଲର ମୂଲ୍ୟ ୬୫ ଲକ୍ଷ ଟଙ୍କା । କିନ୍ତୁ ଏହାର ମୂଲ୍ୟ ଏତେ ଅଧିକ କାହିଁକି ? ବାସ୍ତବରେ,ଏହି ବୋତଲର କ୍ୟାପ୍ ୧୪ କ୍ୟାରେଟ୍ ଧଳା ସୁନାରେ ନିର୍ମିତ। ଏହା ବ୍ୟତୀତ ଏହାର କ୍ୟାପ୍ ରେ ୨୫୦ ଟି ହୀରା ମଧ୍ୟ ଲାଗିଛି । ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com