କ୍ରୀଡ଼ା

ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆରମ୍ଭ ହେଲା ସୁପର-୧୨ ମୁକାବିଲା

ସିଡନୀ, ୨୨/୧୦/୨୦୨୨ –   ଆରମ୍ଭ ହେଲା ଫଟାଫଟ୍ କ୍ରିକେଟ ମହାସମର । ଚଳିତ ଟ୍ୱେଣ୍ଟି ୨୦ ବିଶ୍ୱକପରେ ଗୃପ୍ ପର୍ଯ୍ୟାୟ ଖେଳ ସରିବାପରେ ଶନିବାର ଠାରୁ ଆରମ୍ଭ ହୋଇଛି ସୁପର-୧୨ ମୁକାବିଲା । ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିଡନୀରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ତାର ଦମଦାର ପ୍ରଦର୍ଶନ କରିଛି ନ୍ୟୁଜିଲ୍ୟାଣ୍ଡର ୱିକେଟ ରକ୍ଷକ କନୱେଙ୍କ ୯୮ ବଲରେ ୯୨ ରନ ଏବଂ ଫିନ୍ ଆଲେନଙ୍କ ୧୬ ବଲରେ ଦମଦାର ୪୨ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୩ ୱିକେଟ ବିନିମୟରେ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା ।

ଏହାକୁ ଚେଜ କରିବାକୁ ଯାଇ ଅଷ୍ଟ୍ରେଲିଆ ନିୟମିତ ଭାବେ ୱିକେଟ ହରାଇଥିଲା । ୧୭ ଓଭର ଗୋଟିଏ ବଲରେ ୧୧୧ ରନ କରି ଅଲଆଉଟ୍ ହୋଇ ମ୍ୟାଚକୁ ହାତଛଡା କରିଛି । ଏହାରି ଭିତରେ ସମସ୍ତଙ୍କ ନଜର ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତୟ-ପାକିସ୍ଥାନ ମ୍ୟାଚ ଉପରେ । ଏଥର ସୁପର ୧୨ର ଗ୍ରୁପର ଏରେ- ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି । ସେହିପରିପ ଗ୍ରୁପ ବି ରେ-ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ ଓ ଜିମ୍ବାୱେ ରହିଛନ୍ତି । ଚଳିତ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଭାଗ ନେଇଥିବା ବେଳେ ୱେଷ୍ଟଇଣ୍ଡିଜ, ସ୍କଟଲାଣ୍ଡ, ନାମିବିଆ ଓ ୟଏଇ କ୍ୱାଲିଫାଇଂ ରାଉଣ୍ଡରୁ ବିଦାୟ ନେଇଛନ୍ତି ।

ସୁପର-୧୨ ଷ୍ଟେଜରେ ମୋଟ ୩୦ଟି ମ୍ୟାଚ ଆୟୋଜିତ ହେବ । ପ୍ଲେ ଅଫ୍ ଷ୍ଟେଜରେ ୩ଟି ମ୍ୟାଚ ଖେଳାଯିବ । ସିଡନୀ, ହୋବାର୍ଟ, ମେଲବର୍ଣ୍ଣ, ଏଡିଲେଡ ଓ ବ୍ରିସବେନରେ ସମସ୍ତ ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଏଡିଲେଡ ଓ ସିଡନୀ ଗ୍ରାଉଣ୍ଡରେ, ଫାଇନାଲ ମେଲବର୍ଣ୍ଣରେ ଖେଳାଯିବ । ନଭେମ୍ବର ୯ରେ ପ୍ରଥମ ସେମିଫାଇନାଲ, ନଭେମ୍ବର ୧୦ରେ ଦ୍ୱିତୀୟ ସେମିଫାଇନାଲ ଓ ନଭେମ୍ବର ୧୩ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଇସିସି ନିୟମ ମୁତାବକ, ସୁପର-୧୨ରେ ପ୍ରତ୍ୟେକ ଟିମକୁ ବିଜୟ ପରେ ଦୁଇ ପଏଣ୍ଟ ମିଳିବ । ଯଦି ମ୍ୟାଚ ଟାଇ ହୁଏ ବା ରଦ୍ଦ ହୁଏ ତେବେ ଏକ-ଏକ ପଏଣ୍ଟ ବଣ୍ଟାଯିବ । ଯଦି ଦୁଇ ଟିମଙ୍କ ପଏଣ୍ଟ ସମାନ ହୁଏ, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରେ କେତୋଟି ମ୍ୟାଚ ଜିତିଛନ୍ତି, ସେମାନଙ୍କର ରନରେଟ, ମୁକାବିଲା ରେକର୍ଡ ଆଦି ଦେଖାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com