ବାଣିଜ୍ୟ

ପ୍ରତି ୧୫ ଦିନରେ ତୈଳ ଦରର ସମୀକ୍ଷା ହେବ

ନୂଆଦିଲ୍ଲୀ , ୨୧/୧୧/୨୦୨୨-   ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡିଛନ୍ତି । ଗୋଟିଏ ପକ୍ଷରେ ସାରା ବିଶ୍ୱରେ ଅଶୋଧିତ ତୈଳ ଦର ବୃଦ୍ଧି ଏହାର କାରଣ ବୋଲି ସରକାର କହୁଥିଲେ ବି ସାଧାରଣ ଲୋକେ ଏହାକୁ ଗ୍ରହଣ କରି ପାରୁନାହାନ୍ତି । ଦର କିଭଳି ନିୟନ୍ତ୍ରଣ ମଧ୍ୟରେ ରହି ଲୋକଙ୍କ ଆକ୍ରୋଶକୁ ଏଡାଯାଇ ପାରିବ ସରକାର ଚାପରେ ରହୁଛନ୍ତି । ବିଳମ୍ବରେ ହେଲେ ବି ଏହି ସମସ୍ୟାର ସମାଧନ ପାଇଁ ଏକ ନୂଆ ଉପାୟ ଖୋଜି ବାହାର କରାଯାଇଛି । ନିୟମିତ ସମୀକ୍ଷା ଦ୍ୱାରା ତୈଳ ଦରକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ସରକାର ଆଶା ରଖିଛନ୍ତି ।

ସୋମବାର ଏହି ମର୍ମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଘୋଷଣା କରିଛନ୍ତି । ତଦନୁଯାୟୀ ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ପେଟ୍ରୋଲ-ଡିଜେଲ, ବିମାନ ଇନ୍ଧନ ଉପରେ ଲାଗୁଥିବା ନୂଆ ଟ୍ୟାକ୍ସର ସମୀକ୍ଷା କରାଯିବ । ଆନ୍ତର୍ଜାତୀୟ ମୂଲ୍ୟକୁ ଧ୍ୟାନରେ ରଖି ପ୍ରତି ଦୁଇ ଦିନରେ ଟ୍ୟାକ୍ସର ମଧ୍ୟ ସମୀକ୍ଷା କରାଯିବ । ଏହା ସହିତ ଇନ୍ଧନ ମୂଲ୍ୟ ଉପରେ ଅନୁଧ୍ୟାନ କରାଯିବ । ବିଶ୍ୱରେ ତୈଳ ମୂଲ୍ୟ ଲଗାମ ଛାଡ଼ ହୋଇଛି, ଯାହା ନିଶ୍ଚିନ୍ତ ରୂପେ ଭାରତ ଭଳି ବହୁଳ ପେଟ୍ରୋଲ ଡିଜେଲ ବ୍ୟବହାରକାରୀ ଦେଶ ପାଇଁ ଏକ କଷ୍ଟକର ସମୟ । ଏଭଳି ଏକ ସମୟରେ ରପ୍ତାନିକୁ ନିରୁତ୍ସାହିତ ନ କରି ଘରୋଇ ଭାବରେ ଏହାର ଉପଲବ୍ଧତା ବୃଦ୍ଧି କରାଯିବ । ନିୟମିତ ସମୀକ୍ଷା ଦ୍ୱାରା ବାସ୍ତବତା ପରଖାଯିବା ସମ୍ଭବ ହେବ ଏବଂ ଆଗାମୀ ଦିନରେ ତୈଳ ଦର କିଛିଟା ହ୍ରାସ ପାଇବ ବୋଲି ଆଶା ସଂଞ୍ଚାର ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com