ସ୍ୱାସ୍ଥ୍ୟ

ନାଜାଲ୍ ଭାକ୍ସିନ ଇନକୋଭାକ୍‌କୁ ଆମେରିକାର ମଞ୍ଜୁରୀ

ଭୁବନେଶ୍ୱର,୨୯/୧୧/୨୦୨୨-   ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଇଛି ଆମେରିକା CDSCO । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର ଜରୁରୀକାଳୀନ ବ୍ୟବହାର କରା ଯାଇପାରିବ । ନାକରେ ନିଆ ଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ । ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ୬ ମାସ ପରେ ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ । ଏହା ସହ କୋଭିଡ ଭୂତାଣୁର ସଂକ୍ରମଣଜନିତ ରୋଗ, ସଂକ୍ରମଣ ଆଦି କ୍ଷେତ୍ରରେ ଇନକୋଭାକ ଶକ୍ତିଶାଳୀ ପ୍ରତିରୋଧକ ସାଜିବ । ପୂର୍ବରୁ ଏହି ଭ୍ୟାକ୍ସିନକୁ ଭାରତର ଔଷଧ ମହାନିୟନ୍ତ୍ରକ  ଅନୁମତି ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com