Featuredଅନ୍ତର୍ଜାତୀୟ

୨୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା; ଜାରି ରହିଛି ଆହତଙ୍କ ଚିକିତ୍ସା

ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ । ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ ।  ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।

ହତୟରେ ବିମାନବନ୍ଦର ରନ୍‌ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି । ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ବି କିଛି ଲୋକଙ୍କୁ ତୁର୍କୀରେ ଧ୍ବଂସାବଶେଷ ଭିତରୁ ଜୀବିତ ଉଦ୍ଧାର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com