ଅନ୍ୟାନ୍ୟ

ସ୍ତ୍ରୀ ଓ ଝିଅକୁ ମାରିବା ପାଇଁ ଘରେ ସାପ ଛାଡିଥିଲା ସ୍ୱାମୀ

ସାପ ଛାଡି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣାର ପର୍ଦ୍ଦାଫାସ । ସାପ ଚୋଟର ହୋଇଥିଲା ଷଡଯନ୍ତ୍ର । ଘରେ ସାପ ଛାଡି ପତ୍ନୀ ଓ କୁନି ଶିଶୁକୁ ମାରିଦେଲା ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଜଲ୍ୟ ସୃଷ୍ଟି କରିଛି ।

କବିସୂର୍ଯ୍ୟନଗରର ବାସନ୍ତି ପାତ୍ର ଓ ଝିଅ ଦେବସ୍ମୀତା ଶୋଇଥିବା ବେଳେ ଗତ ଅକ୍ଟୋବର ୭ ତାରିଖରେ ଘରେ ସାପ ଛାଡିଥିଲେ ସ୍ୱାମୀ କେ. ଗଣେଶ ପାତ୍ର । ସେ ଏକ କୋଳଥିଆ ନାଗ ସାପ ଆଣି ଘରେ ଛାଡିଥିଲେ । ତେବେ ହତ୍ୟା କରିବା ପାଇଁ ସାପୁଆଙ୍କ ସହ ଯୋଗାଯୋଗ କରିଥିଲା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର । ବିଭିନ୍ନ ସାପୁଆଙ୍କ ସହ ସେ ଯୋଗାଯୋଗ କରିଥିଲା । ଶେଷରେ ପୋଲସରାର ଜଣେ ସାପୁଆଙ୍କ ସହ ଯୋଗାଯୋଗ କରି ତାଙ୍କ ପାଖରୁ ନାଗ ସାପ ଆଣିଥିଲା । । ଘରେ ପୂଜା ଅଛି କହି ସେହି ସାପ ଧରାଳିଙ୍କଠାରୁ ସାପ ଆଣିଥିଲା ଗଣେଶ ।

୨ ହଜାର ଟଙ୍କା ଦେଇ ସାପ ଆଣିବା ପରେ ଏକ ଡବାରେ ଭର୍ତି କରି ରଖିଥିଲା । ଗତ ୭ ତାରିଖ ଭୋର ୫ଟା ବେଳେ ହାତରେ କପଡ଼ା ଗୋଡାଇ ସାପକୁ ଧରି ପତ୍ନୀ ଓ ଝିଅ ପାଖକୁ ଆଣିଥିଲା । ଆଉ ମାଆ-ଝିଅଙ୍କୁ ସାପ କାମୁଡ଼ି ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ନିଜେ ପାଟି କରିବା ସହ ବାଡେଇ ମାରି ଦେଇଥିଲା । ଏ ନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ.ଗଣେଶ ପାତ୍ରକୁ ଗିରଫ କରିଛି ପୁଲିସ ।

୩ ବର୍ଷ ତଳେ ବାସନ୍ତୀଙ୍କୁ ବିବାହ କରିଥିଲେ ଗଣେଶ । ପରକୀୟା ପ୍ରୀତି ଯୋଗୁଁ ତାଙ୍କୁ ମାଡ଼ପିଟ୍ କରୁଥିଲେ । ଆଉ ଷଡ଼ଯନ୍ତ୍ର କରି ଶେଷରେ ଘରେ ସାପ ଛାଡି ସ୍ତ୍ରୀ ଓ ଝିଅକୁ ମାରିଥିଲେ । ସେପଟେ ସାପ ଛାଡି ସ୍ତ୍ରୀ ଓ ଝିଅକୁ ମାରିବା ଘଟଣାରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ପ୍ରତିକ୍ରିୟା ରଖିଛନ୍ତି । ସୁଶାନ୍ତ ନନ୍ଦ କହିଛନ୍ତି ଏ ଘଟଣା ଦୁର୍ଭାଗ୍ୟଜନକ । ଘଟଣାର ତଦନ୍ତ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାପ ଆସିଲା କେଉଁଠୁ ? କିଏ ଯୋଗାଇଛି ? ସାପକୁ ବ୍ୟବହାର କରିବା ପରେ ମାରିଦିଆଯାଇଥିବା ଖବର କେତେଦୂର ସତ ? ଏସବୁର ଟିକିନିଖି ତଦନ୍ତ ଓ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବାକୁ ଡିଏଫଓଙ୍କୁ କୁହାଯାଇଛି । ସେହିପରି ଏହି ଲିଙ୍କରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com