ଓଡ଼ିଶା

ଅଖଡ଼ିଆଳରେ ଲେଡି ରେଞ୍ଜରଙ୍କ ଦବଙ୍ଗଗିରି, ସିନିୟର ଆକାଉଣ୍ଟାଣ୍ଟ୍‌ଙ୍କୁ ଦୁର୍ବବ୍ୟବହାର ସହ ମାରିଦେବାକୁ ଧମକ

ନୂଆପଡ଼ା()  ଅଖଡ଼ିଆଳ ବନ ବିଭାଗ ଡିଭିଜନ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ସିନିୟର ଏକାଉଣ୍ଟଟେଣ୍ଟଙ୍କୁ ନୂଆପଡା ରେଞ୍ଜର ବିନିତା ଭୋଇ ଦୁର୍ବ୍ୟବହାର କରି ମାରିବା ର ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଖଡ଼ିଆଳ ବନବିଭାଗ ଅମଲା ସଂଘ ତରଫରୁ ଗୁରୁବାର ଠାରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାପଡ଼ିଛି । ରେଞ୍ଜରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି କାରିଣୀମାନେ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୨୦ ତାରିଖ ଦିନ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନାରେ ନୂଆପଡା ବନାଞ୍ଚଳ ଅଧିକାରୀ ବିନିତା ଭୋଇଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଣେ ସିନିୟର ଆକାଉଣ୍ଟଟେଣ୍ଟଙ୍କୁ ଅଶ୍ଲାଳୀନ ବ୍ୟବହାର ସହ ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖଡ଼ିଆଳ ବନବିଭାଗ କୀର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ନୂଆପଡା ବନାଞ୍ଚଳ ଅଧିକାରିଣୀ ବିନିତା ଭୋଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ କଲମ ଛାଡ଼ ଆନ୍ଦୋଳନ କରିବୁ ବୋଲି କିରାଣୀମାନେ ଚେତାବନୀ ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଗତ ୨୦ ତାରିଖ ଅପରାହ୍ଣ ୧.୪୫ ମିନିଟ ସମୟରେ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଡ ଇନ୍‌ ଚାର୍ଜ ଆକାଉଣ୍ଟଟେଣ୍ଟ ରାମଧର ଚଳାନ ନିଜ ସେକ୍ସନରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ନୂଆପଡା ବନାଞ୍ଚଳ ଅଧିକାରୀ ବିନିତା ଭୋଇ କାର୍ଯ୍ୟ କରୁଥିବା ସ୍ଥାନକୁ ହଠାତ ପଶି ଆସି କିଛି ବିଭାଗୀୟ କାର୍ଯ୍ୟ ବିଷୟରେ ଯୁକ୍ତିତର୍କ କରିଥିଲେ ଓ ଖରାପ ଭାଷାରେ ଗାଲିଗୁଳଜ କରିବା ସହିତ ସରକାରୀ କାର୍ଯ୍ୟରେ ବାଧା ଦେଇଥିବା ଶ୍ରୀ ଚଳାନ ଅଭିଯୋଗ କରିଛନ୍ତି । ଏମିତି କି ଅଶ୍ଲାଳୀନ ବ୍ୟବହାର କରିବା ସହ ମାରିବା ପାଇଁ ମଧ୍ୟ ଉଦ୍ୟମ କରିବା ନେଇ ଶ୍ରୀ ଚଳାନ ଗଣମାଧ୍ୟମକୁ କହିଛନ୍ତି । ଏପରିକି ସାମ୍ନାରେ ଜଣେ ସିନିୟର ବସିଥିଲେ ହେଁ ସେ କିଛି କହିନଥିବା ସମୂହ କିରାଣୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଶ୍ରୀ ଚଳାନ ନିଜ ସହଯୋଗୀମାନଙ୍କ ସହ ଯାଇ ଖଡ଼ିଆଳ ଥାନାରେ ଏକ ମାମଲା ଦାଏର କରାଇବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃକ୍ଷଙ୍କ ସହ ୫ଟି ସଚିବଙ୍କୁ ଲିଖିତ ଜଣାଇଛନ୍ତି । ଏହା ଉପରେ ଉଚିତ ତଦନ୍ତ ହୋଇ ଜଣେ କର୍ତ୍ତବ୍ୟରତ କିରାଣୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ମାନସିକ ନିର୍ଯ୍ୟାତନା ଦେଇଥିବା ବନାଞ୍ଚଳ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ କିରାଣୀ ସଂଘ କଲମ ଛାଡ଼ ଆନ୍ଦୋଳନ କରିବୁ ବୋଲି ଉପସ୍ଥିତ କିରାଣୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଗତ ୨୦ ତାରିଖ ଦିନ ଖଡ଼ିଆଳ ଥାନା ରେ ମାମଲା ରୁଜୁ ହୋଇଥିବା ବେଳେ ୨୧ ତାରିଖରେ ଏହାକୁ ନେଇ ବନାଞ୍ଚଳ ଅଧିକାରୀ ମଧ୍ୟ ଏକ ମାମଲା ଦାଏର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାକୁ ନେଇ ଖଡ଼ିଆଳ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଖଡ଼ିଆଳ ଏସ୍‌ଡିପିଓ ସୂଚନା ଦେଇଛନ୍ତି । ଅପରପକ୍ଷରେ ଉଭୟ ପକ୍ଷଙ୍କୁ ଡକାଇ ତାରି ତଦନ୍ତ କଲା ପରେ ସତ୍ୟାସତ୍ୟ ଜଣାପଡିବ ଓ ପଦକ୍ଷେପ ନିଆଯିବ ବୋଲି ଖଡ଼ିଆଳ ଡିଏଫ୍‌ଓ କହିଛନ୍ତି । ଜଣେ ଅଧିକାରୀ ହୋଇ ନିଜ ବିଭାଗର ତଳ କର୍ମଚାରୀଙ୍କୁ ଏଭଳି ଆଚରଣକୁ ସାଧାରଣରେ ନିନ୍ଦା ପ୍ରକାଶ କରାଯାଉଥିବାବେଳେ ଏ ଭିତରେ କ’ଣ ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com