ଓଡ଼ିଶା

ଓଡ଼ିଆ ଝିଅ ମନୀଷା ପାଢ଼ୀ ଦେଶର ପ୍ରଥମ ମହିଳା ADC ହୋଇଛନ୍ତି

ଓଡ଼ିଆଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଆସିଛି। ଜଣେ ଓଡ଼ିଆ ଝିଅ ଭାବେ ସେ ଆଜି ଓଡିଶାକୁ ଗର୍ବିତ କରାଇଛନ୍ତି ଓ ଦେଶର ପ୍ରଥମ ମହିଳା ADC ଭାବେ ନାମ ଲେଖାଇଛନ୍ତି।ଓଡ଼ିଆ ଝିଅ ମନୀଷା ପାଢ଼ୀ ଦେଶର ପ୍ରଥମ ମହିଳା ADC ହୋଇଛନ୍ତି । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି। ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ।

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ ହେଲେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ଏହା ପୂର୍ବରୁ ମନୀଷା ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ। ଆଉ ଶେଷରେ ଗତକାଲି ମନୀଷା ADC ପଦବୀରେ ଯୋଗଦେଇଛନ୍ତି। ଝିଅର ଏହି ସଫଳତାରେ ବେଶ୍‌ ଖୁସି ଥିବା ମନୀଷାଙ୍କ ମା’ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଝିଅ ୨୦୧୫ ମସିହାରେ ଏୟାର ଫୋର୍ସରେ ଜଏନ କରିଥିଲା। ନୂଆ ଦାୟିତ୍ୱ ପାଇ ଝିଅ ବହୁତ ଖୁସି ଅଛି। ତା’ ସହ ଫୋନ୍‌ରେ କଥା ହୋଇଥିଲି। ଝିଅ ଖୁସିରେ ଆମେ ବି ଖୁବ୍‌ ଖୁସି ଅଛୁ। ଅନ୍ୟପଟେ ମନୀଷାଙ୍କ ଏହି ସଫଳତା ପାଇଁ ଓଡିଶାରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ଓଡ଼ିଆ ଝିଅ ଦେଶର ପ୍ରଥମ ମହିଳା ADC ହୋଇଥିବାରୁ ଓଡ଼ିଶାବାସୀ ନିଜକୁ ଗର୍ବ ମନେକରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com