Breaking NewsFeaturedରାଜନୀତି

ଜେପି ନଡ୍ଡାଙ୍କୁ ଭେଟିଲେ ଶିବରାଜ ସିଂ ଚୌହାନ; କହିଲେ ଦଳ ମୋତେ ଦେଲା…

ଡିସେମ୍ବର ୩ରେ ପ୍ରକାଶ ପାଇଲା ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ସାଧାରଣ ନିର୍ବାଚନ ଫଳାଫଳ । ଏହି ତିନୋଟି ରାଜ୍ୟରେ ବିଜେପି ବାଜିମାରି ସରକାର ଗଠନ କରିଛି । ଆଉ ୩ଟି ଯାକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସମ୍ପୂର୍ଣ୍ଣ ନୂଆ ଚେହେରା । ତେବେ ମଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଥିଲା ଏକ ଦୃଶ୍ୟ । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଇଁ କିଛି ମହିଳା କାନ୍ଦୁଥିବାର ଦେଖାଯାଇଥିଲା । କାରଣ ସେମାନେ ଚାହୁଁଥିଲେ ଶିବରାଜ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏମିତିରେ ଶିବରାଜ ବି ମୁଖ୍ୟମନ୍ତ୍ରୀ ହେବାପାଇଁ ବେଶ୍ କଷ୍ଟ ଉଠାଇଥିଲେ । ତେବେ ଏହାପରେ ତାଙ୍କୁ ଦିଲ୍ଲୀକୁ ଡକାଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶିବରାଜ ନଡ୍ଡାଙ୍କୁ ଭେଟିବା ପରେ କଣ ମିଳିଲା କି କିଛି ବିଶେଷ ଗିଫ୍ଟ? କଣ ହେଲା ଚର୍ଚ୍ଚା ଓ ନଡ୍ଡା କଣ ଦେଲେ? ଏଭଳି ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି ଶିବରାଜ । ପ୍ରଥମେ ନଜର ପକାନ୍ତୁ

ଦୀକ୍ଷିତ ଭାରତ ସଂକଳ୍ପ ଯାତ୍ରା… ଏହା ହେଉଛି ଦଳର ମୂଳ ଲକ୍ଷ୍ୟ ଓ ବିଶେଷ ଅଭିଯାନ । ଶିବରାଜ ମଧ୍ୟ ଏହାକୁ ପାଳନ କରିବେ ବୋଲି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ମନ୍ତ୍ରୀ ମଣ୍ଡଳ ଗଠନ ନେଇ ଆମର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଲା । ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ ଦଳ ମୋତେ ଯେଉଁ ଭୂମିକା ଦେବ ତାହା ତୁଲାଇବି ବୋଲି କହିଛନ୍ତି ଶିବରାଜ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ଶିବରାଜ ।

Related Articles

Back to top button
WP Twitter Auto Publish Powered By : XYZScripts.com