Breaking NewsFeaturedଭାଇରାଲ୍ ଭିଡିଓ

କିଏ ଏବଂ କାହିଁକି ପାଇଲଟଙ୍କୁ ମାରିଲେ ଚାପୁଡା, ଦେଖନ୍ତୁ

ପାଇଲଟଙ୍କୁ ଶକ୍ତ ଚାପୁଡା । ହେଲେ କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । କେବଳ ସମୟରେ ବିଳମ୍ବ ନେଇ ଏଭଳି କରାନାମା କରିଛନ୍ତି ଜଣେ ବ୍ୟକ୍ତି । ଆସନ୍ତୁ ଜାଣିବା ପୁରା ଘଟଣା କଣ । ଏଠାରେ କହିରଖୁଛୁ ଯେ, ୩.୩ ଡିଗ୍ରୀ ତାପମାତ୍ରା ସହ ରେକର୍ଡ ଭାଙ୍ଗିଛି ଦିଲ୍ଲୀର ଶୀତ। ପାଣିପାଗକୁ ଦୃଷ୍ଟିରେ ରଖି ଶତାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ବିମାନ ମଧ୍ୟରେ ହଙ୍ଗାମା କରିଛନ୍ତି।ଇଣ୍ଡିଗୋ ଫ୍ଲାଇଟର ଜଣେ ଯାତ୍ରୀ ପାଇଲଟକୁ ଶକ୍ତ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେଉଛି।

ପାଇଲଟ ଜଣକ ‘ବିମାନ ଉଡାଣ ବିଳମ୍ବ’ ହେବା ନେଇ ଘୋଷଣା କରିବା ସମୟରେ ଜାତ୍ରୀ ଜଣଙ୍କ ହଠାତ୍ ସିଟରୁ ଉଠି ତାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳୁଛି।ଏହି ଘଟଣା ଇଣ୍ଡିଗୋ ଫ୍ଲାଇଟରେ ଘଟିଛି। ବିମାନଟି ଦିଲ୍ଲୀରେ ଗୋଆ ଅଭିମୁଖେ ଯାତ୍ରା କରିଥାନ୍ତା। ପାଇଲଟଙ୍କୁ ଚାପୁଡା ମାରିଥିବା ଯାତ୍ରୀ ଜଣକ ସାହିଲ କଟାରିଆ ବୋଲି ଜଣାପଡିଛି। ଇଣ୍ଡିଗୋ ବିମାନ ପକ୍ଷରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com