ଓଡ଼ିଶା

ବିଜୁ ଜନତା ଦଳରେ ମିଶିଲେ ବିଜେପି ପୂର୍ବତନ ଜିଲ୍ଲା ସଭାପତି

ଗଜପତି : ଗଜପତିରେ ଭାଙ୍ଗିଲା ବିଜେପି ଦୁର୍ଗ। ଦୃଢ଼ ହେଉଛି ବିଜେଡ଼ିର ଗଡ଼। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଏଠି ଦେଖିବାକୁ ମିଳିଛି । ଜିଲ୍ଲାରେ ମଙ୍ଗଳବାର ପୁଣି ବିଜୁ ଜନତା ଦଳର ଗଣ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି ରାଭଣାଙ୍କ ସହ ବହୁ ମଣ୍ଡଳ ସଭାପତି । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି।
ଦଳରେ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ତଥା ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ନିର୍ବାଚନ ଦାୟିତ୍ବରେ ଥିବା ତିରୁପତି ପାଣିଗ୍ରାହୀ ତଥା ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି କର୍ମୀ ଓ ବିଜେପି ନେତୃବୃନ୍ଦ। ବିଜେପି ଦଳରେ ରହି ଜନସାଧାରଣଙ୍କ କୈାଣସି ସମସ୍ୟା ସମାଧାନ କରିବା ଅସମ୍ଭବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏକମାତ୍ର ଲୋକପ୍ରିୟ ନେତା, ଯାହାଙ୍କ ମାଧ୍ୟମରେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି ନବାଗତ ନେତା ଓ କର୍ମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com