ଅନ୍ୟାନ୍ୟ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୭ଜଣ ଜୀବନ୍ତ ଦଗ୍ଧ,ବେଆଇନ ଭାବେ ଚାଲିଥିଲା ଫ୍ୟାକ୍ଟ୍ରି

ଭୋପାଳ() ମଧ୍ୟ ପ୍ରଦେଶର ଉନ୍ନା ସ୍ଥିତ ବାଥୁ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯାହା ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଭୟଙ୍କର ବିସ୍ଫୋରଣରେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅବୈଧ ଭାବେ ଚାଲୁଥିବା ବାଣ କାରଖାନରେ ମଙ୍ଗଳବାର ସକାଳେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଫଳରେ ବାଣ କାରଖାନାରେ କାର୍ଯ୍ୟରତ କିଛି ଶ୍ରମିକ ଜୀବନ୍ତ ଜଳିଯାଇଛନ୍ତି । ପୋଲିସ ଅଧିକ୍ଷକ ଅର୍ଜିତ ସେନ୍‌ ଠାକୁର କହିଛନ୍ତି, ଅବାଧ ଭାବେ ଚାଲିଥିବା ବାଣ କାରଖାନାରେ ବିସ୍ଫୋରଣ ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏ ନେଇ ସୂଚନା ମିଳିବା ପରେ ଜିଲ୍ଲାପାଳ ରାଘବ ଶର୍ମା ଏବଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଝାନଭିନ୍‌ ଆରମ୍ଭ କରିଛନ୍ତି । ଆଉ କିଛି ଲୋକ କାରଖାନା ଭିତରେ ଫଶିଥିବା ଅନୁମାନ କରାଯାଉଛି । ମୃତ୍ୟ ସଂଖ୍ୟା ମଧ୍ୟ ବଢିପାରେ ।

ତେବେ ବିସ୍ଫୋରଣ ହୋଇଥିବା ସ୍ଥାନରେ ପୂର୍ବରୁ ଓଜନ କଣ୍ଟା କାମ ହେଉଥିଲା । ତେବେ ତାହା ବର୍ଷେ ହେଲା ବନ୍ଦ ରହିଥିଲା । ଅନୁମତି ନଥାଇ ସେଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ କେହି ସୁରାକ୍‌ ପାଇନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com