ଓଡ଼ିଶା

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଗଛରେ ପିଟିହେଲା ଧାନ ବୋଝେଇ ଟ୍ରକ୍, ଡ୍ରାଇଭର ଆହତ

ବିନିକାସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ବିଶାଳପାଲି ଆମ୍ବତୋଟା ନିକଟରେ ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡି୧୫ଇ୪୮୧୧ ନମ୍ବର ବିଶିଷ୍ଟ ଟ୍ରକଟି ଧାନ ବୋଝେଇ କରି ଡୁଙ୍ଗୁରିପାଲିରୁ ଅରିଗାଁ ରାଇସ୍ ମିଲ୍କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଡୁଙ୍ଗୁରିପାଲି ପଟରୁ ଆସୁଥିବା ସମୟରେ ରାସ୍ତାଟି ବୁଲାଣି ହୋଇଥିବାରୁ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଏକ ଗଛରେ ପିଟିହୋଇ ଓଲଟି ପଡିଥିଲା । ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ୍ ଡ୍ରାଇଭରଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓଲଟି ପଡ଼ିବା ପରେ ଟ୍ରକରେ ଥିବା ଶହ ଶହ ବସ୍ତା ଧାନ କେନାଲ ଭିତରେ ପଡ଼ିରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com