ଅନ୍ୟାନ୍ୟ

ତାଇୱାନର ସୀମାରେ ଘୁରିବୁଲୁଛି ଚୀନର ଯୁଦ୍ଧ ବିମାନ; ବୃଦ୍ଧି ପାଉଛି ଯୁଦ୍ଧ ଆଶଙ୍କା

 ତାଇଓ୍ୱାନ, ୦୩/୦୮/୨୦୨୨ – ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଇଓ୍ୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଜୁନ ୩୦ ତାରିଖରେ ଚୀନ୍ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ଆମେରିକା ବାଚସ୍ପତି ନାନସି ପେଲୋସି ତାଇଓ୍ୱାନ ଗସ୍ତ  କରିବା ପରେ ଚୀନର ରାଗ ବଢିଯାଇଛି । ତାଇୱାନର ସୀମାରେ ଚୀନର ଯୁଦ୍ଧ ବିମାନ ଘୁରୁବୁଲୁଛି । ତେଣୁ ଆଗକୁ ଯୁଦ୍ଧର ଆଶଙ୍କାକୁ ଏଡାଇ ଦିଆଯାଇ ପାରୁନାହିଁ ।

ଚୀନ ସବୁବେଳେ ତାଇୱାନକୁ ନିଜ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି କରୁଥିବାବେଳେ ତାଇୱାନ କିନ୍ତୁ ନିଜକୁ ଏକ ସ୍ୱତନ୍ତ୍ର ଦେଶ ବୋଲି ପ୍ରମାଣ କରିଆସିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା  ଏହି ବିବାଦ ମଧ୍ୟରେ ମୁଣ୍ଡ ଖେଳାଇ ଆସିଛି ଆମେରିକା । ଏବେ ପୁଣି ନାନ୍ସି ତାଇୱାନ ଗସ୍ତ କରିବାରୁ ଚୀନର ରାଗ ବଢିଯାଇଛି । ଫଳରେ ଯେକୌଣସି ସମୟରେ ଆକ୍ରମଣ କରିବାକୁ ଚେତାବନୀ ଦେଉଛି ।

ଆଉ ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡିବ । ବିଶେଷ କରି ଏହାଦ୍ୱାରା ବିଶେଷ କ୍ଷତି ସହିବେ କାର୍ ଓ ମୋବାଇଲ ନିର୍ମାଣକାରୀ କମ୍ପାନୀ । କାରଣ କାର୍ ଓ ମୋବାଇଲ ତିଆରିରେ ସବୁଠୁ ଜରୁରୀ ଥିବା ସେମି କଣ୍ଡକ୍ଟର ଚିପ୍ ଅଧିକ ମାତ୍ରାରେ ତାଇୱାନରୁ ହିଁ ଆମଦାନି ହାଇଥାଏ । ଏଠାରେ ପ୍ରତିଷ୍ଠା ହୋଇଥିବା “ତାଇୱାନ୍ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ” ସାରା ବିଶ୍ୱକୁ  ୯୨ ପ୍ରତିଶତ ସେମିକଣ୍ଡକ୍ଟର ଯୋଗାଇଥାଏ । ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଆନ୍ତର୍ଜାତୀୟ ବଜାରରେ ସେମିକଣ୍ଡକ୍ଟରର ଘୋର ଅଭାବ ଦେଖାଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com