ଜୀବନଶୈଳୀ

ଛତିଶଗଡ ପ୍ରଶାସନିକ ଅଧିକାରୀଙ୍କ ୧୮ଜଣିଆ ଟିମ ହିଂଜିଳିକାଟୁ ଗସ୍ତ

ବ୍ରହ୍ମପୁର, ୨୪/୦୮/୨୦୨୨-  ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଏକାଡ଼େମୀରେ ତାଲିମ ନେଉଥିବା ଛତିଶଗଡ଼ ରାଜ୍ୟର ପଂଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନବ ନିଯୁକ୍ତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଏକ ୧୮ଜଣିଆ ଟିମ ମଙ୍ଗଳବାର ହିଂଜିଳିକାଟୁ ବ୍ଳକ ଗସ୍ତ କରିଛନ୍ତି । ଟିମ ସଦସ୍ୟ ମାନେ  ଗ୍ରାଉଣ୍ଡ ଗ୍ରସ୍ତରେ ମୁଖ୍ୟତଃ ଏମ.ଜି.ଏନ.ଆର.ଇ.ଜି.ଏ ଯୋଜନାର କାର୍ଯ୍ୟକାରିତା ଓ ଏହାର ଲୋକାଭିମୁଖିତା ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ସୁବ୍ରତ କୁମାର ଜେନା ପ୍ରତିନିଧି ଦଳକୁ  ବୁଝାଇଥିଲେ । ମଙ୍ଗଳବାର ଅପରାହ୍ନରେ ହିଂଜିଳିକାଟୁ ବ୍ଳକରେ ପହଂଚିଥିବା ଏହି ପ୍ରତିନିଧି ଦଳ ପ୍ରଥମେ ସାରୁ ପଂଚାୟତ ଯାଇଥିଲେ । ସେଠାରେ ଅତ୍ୟାଧୁନିକ ଲାଇବ୍ରେରୀ, ଆଦର୍ଶ ପଂଚାୟତ ଅଫିସ, ଗୋରୁ ଗୁହାଳ, ୫ଟି ରୂପାନ୍ତରିକରଣ ହାଇସ୍କୁଲ ବୁଲି ଦେଖିଥିଲେ । ସାରୁ ସରପଂଚ ନୀଳାଂଚଳ ସାହୁ, ପଂଚାୟତ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେଠାରୁ ପ୍ରତିନିଧ ମଣ୍ଡଳୀ ଶାସନଆମ୍ବଗାଁ ପଂଚାୟତରେ ପହଂଚି ସ୍ୱଚ୍ଛ ଭାରତ ମିଶନ ଜରିଆରେ ନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏମସିସି ଓ ଏମଆରଏଫ କେନ୍ଦ୍ର, ମିଶନ ଶକ୍ତିଗୃହ, ଆଦର୍ଶ ପୋଖରୀ ଓ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ରକୁ ବୁଲି ଦେଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com