ବିଜ୍ଞାନ ଓ ପ୍ରଯୁକ୍ତି

ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ

ନୂଆଦିଲ୍ଲୀ, ୦୫/୧୦/୨୦୨୨-  ଫାଇଭ ଜି ସେବା ଆରମ୍ଭ ପରିପ୍ରେକ୍ଷୀରେ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ବାସ୍ତବ ସେବା ପ୍ରଦାନ କରିଛି । ବୁଧବାର ବିଜୟା ଦଶମୀ ଅବସରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ କରିଛି । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଆରମ୍ଭ ହୋଇଛି । ତେବେ ଏହି ସେବାକୁ ପରୀକ୍ଷଣ ମଧ୍ୟରେ ସୀମିତ ରଖାଯାଇଛି ।

ଏବେ କେବଳ ନିମନ୍ତ୍ରଣ ଆଧାରରେ ମେସେଜ ପ୍ରଦାନ କରାଯାଇ ନିର୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରା ଯାଇଥିଲା । ସମସ୍ତେ ଜିଓ ୫ଜି ନେଟୱର୍କର ସୁବିଧା ପାଇପାରିବେ ନାହିଁ । ଏହି ୪ ସହରରେ ରହୁଥିବା ଲୋକଙ୍କ ପାଖରେ ଯଦି ୫ଜି ସ୍ମାର୍ଟଫୋନ ଥିବ ତାହେଲେ ସେମାନେ ୱେଲକମ ଅଫର ପାଇପାରିବେ । ଆମନ୍ତ୍ରିତ ଗ୍ରାହକମାନେ ଏହି ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କଂପାନି ପରବର୍ତ୍ତୀ ସମୟରେ ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ ।

ଏହି ଅଫର ଜରିଆରେ ଗ୍ରାହକମାନେ ଅନଲିମିଟେଡ ୫ଜି ଡାଟା, ୧ଜିବିପିଏସ୍ ସ୍ପିଡରେ ପାଇବେ । କମ୍ପାନୀ ଏଯାଏ କୌଣସି ୫ଜି ପ୍ଲାନ୍ସ ବା ସ୍ବତନ୍ତ୍ର ପ୍ୟାକ୍ ସମ୍ପର୍କରେ ଘୋଷଣା କରିନାହିଁ । ତେଣୁ ପ୍ୟାକ୍ ଘୋଷଣା ହେବା ଯାଏ ୫ଜି ସ୍ମାର୍ଟ ଫୋନ ରଖିଥିବା ଜିଓ ବ୍ୟବହାରକାରୀ ମାଗଣାରେ ୫ଜି ନେଟୱର୍କର ଫାଇଦା ପାଇପାରିବେ ।
ଗ୍ରାହକମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ଓ ଅସୀମିତ ୫ଜି ଡାଟା ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com