ବାଣିଜ୍ୟ

ଓଡ଼ିଶାକୁ ନୂଆ ଟେକ୍ନୋଲୋଜି ଆଣିବେ ଏଲ.ଏନ ମିତ୍ତଲ

ଭୁବନେଶ୍ୱର, ୦୧/୧୨/୨୦୨୨-   ଓଡ଼ିଶାକୁ ନୂଆ ଟେକ୍ନୋଲୋଜି ଆଣିବେ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ.ଏନ ମିତ୍ତଲ । ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେଉଥିବା ମେକ ଇନ ଓଡ଼ିଶା କନକ୍ଲେଭ -୨୦୨୨ ରେ ଯୋଗଦେଇ ସେ ଏପରି ଘୋଷଣା କରିଛନ୍ତି । ଏହାଛଡ଼ା ନବୀନଙ୍କ ନେତୃତ୍ୱରେ ଓଡିଶାର ଭବିଷ୍ୟତ ଉଜ୍ଜ୍ୱଳ । ଓଡିଶାରେ ଶିଳ୍ପ ସ୍ଥାପନରେ ପ୍ରତିବନ୍ଧକ ନାହିଁ । ଏବଂ ଏହାର ଭିଜନକୁ ନେଇ ଆମେ ଗର୍ବିତ ବୋଲି ଏଲ.ଏନ ମିତ୍ତଲ କହିଛନ୍ତି । ଏଲ.ଏନ ମିତ୍ତଲଙ୍କ ସମେତ ଏହି କନକ୍ଲେଭର ପ୍ଲେନାରୀ ସେସନରେ ଦେଶର ବଛାବଛା ଶିଳ୍ପପତିମାନେ ଭାଗନେଇ ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ପ୍ରଶଂସା କରିବା ସହ ଓଡ଼ିଶାରେ ନିବେଶ କରିବା ପାଇଁ ଘୋଷଣା କରି ନୂଆ ଆଶା ଦେଖାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com