ଜୀବନଶୈଳୀ

୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ି ୩୧ ମାର୍ଚ୍ଚ ପରେ ଚାଲି ପାରିବନାହିଁ

ଭୁବନେଶ୍ୱର, ୦୭/୦୨/୨୦୨୩ –  ୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ି ଗୁଡ଼ିକ ୩୧ ମାର୍ଚ୍ଚ ପରେ ରାସ୍ତାରେ ଚାଲି ପାରିବ ନାହିଁ । ସେହି ଗାଡ଼ି ଗୁଡ଼ିକୁ RVSF ଅଧୀନରେ ରଦ୍ଦ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଉଷା ପାଢୀ ଏହି ବାଦରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ, କମିଶନର ସଚିବ ମାନଙ୍କୁ ଚିଠି ଲେଖିଛନ୍ତି ।

ଯେଉଁ ଯାନର ପ୍ରାରମ୍ଭିକ ପଞ୍ଜୀକରଣ ତାରିଖଠାରୁ ପନ୍ଦର ବର୍ଷ ବିତିଗଲାଣି ସେହି ମୋଟର ଯାନର ପଞ୍ଜୀକରଣ ପ୍ରମାଣପତ୍ର ଶେଷ ହେବ । ସମସ୍ତ ଯାନ ପରିଚାଳନା ବିଭାଗ ଅଧିନରେ ଯେଉଁ ଗାଡ଼ିକ ୧୫ ବର୍ଷ ପଞ୍ଜୀକରଣ ବିତି ଗଲାଣି ସେହି ଗାଡ଼ିକୁ ୩୧ ମାର୍ଚ୍ଚ ପୂର୍ବରୁ ବନ୍ଦ କରାଯିବ ।

ଏହାପରେ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି ସେ ଏହି ଗାଡ଼ି ମାନଙ୍କର ସମସ୍ତ ରେଜିଷ୍ଟ୍ରେସନକୁ ବାତିଲ୍ କରିବ ।  ରାଜ୍ୟପାଇଁ ଥିବା ନୋଡ଼ାଲ ଅଧିକାରୀ ଜଏଣ୍ଟ କମିଶନର ଟ୍ରାନ୍ସପୋର୍ଟ ଏହି କାର୍ଯ୍ୟକୁ ଅଧିକ ସୁଗମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସରକାରୀ ବିଭାଗ, ସ୍ୱଂୟଶାସିତ ପରିଷଦ, ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡର ଟେକିଙ୍ଗ, ସଂଗଠନ ଏବଂ ULB ଇତ୍ୟାଦି ଅଧିନରେ ଥିବା ସମସ୍ତ ଯାନ ଗୁଡ଼ିକ ୩୧ ମାର୍ଚ୍ଚ ପରେ ଚାଲି ପାରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com