ଅନ୍ୟାନ୍ୟ

ଧୁମଧାମରେ ପ୍ରଭୁ ଯୀଶୁଙ୍କୁ କରାଯାଇଛି ସ୍ବାଗତ

ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ। ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକମାଳାରେ ବେଶ ଆକର୍ଷଣୀୟ ହୋଇଥିଲା ଚର୍ଚ୍ଚ।

ଠିକ ମଧ୍ୟରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଅବତରି ଥିଲେ ଯୀଶୁ । ବାଜି ଉଠିଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ଟ୍ରି । ଚର୍ଚ୍ଚରୁ ଭାସିଆସିଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ସେମାନଙ୍କ ଶ୍ରଦ୍ଧା ନିବେଦନ କରିଥିଲେ । ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଭିଡ଼ ଜମିଛି।

Related Articles

Back to top button
WP Twitter Auto Publish Powered By : XYZScripts.com