Breaking NewsFeaturedରାଜନୀତି

ଅଯୋଧ୍ୟା ନଗରୀରେ ବିକ୍ରି ହେବନି ମଦ, ମଥୁରାରେ ଲାଗିବ ପ୍ରତିବନ୍ଧକ/ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

ଏଣିକି ରାମ ରାଜ୍ୟରେ ନିଶା ବନ୍ଦ। ବିକ୍ରି ହେବନି ମଦ। ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ୮୪ କୋସି ପରିକ୍ରମା ଅଞ୍ଚଳରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ବର୍ତ୍ତମାନ ନା ମଦ ବିକ୍ରି ହେବ ନା କେହି ଏହି ଅଞ୍ଚଳରେ ମଦ କିଣିବାକୁ ସକ୍ଷମ ହେବେ। ଏହି ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ବର୍ତ୍ତମାନ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ଉତ୍ତରପ୍ରଦେଶର ଅବକାରୀ ବିଭାଗ ମନ୍ତ୍ରୀ ନୀତିନ ଅଗ୍ରୱାଲ ଗୁରୁବାର କହିଛନ୍ତି ଯେ ଅଯୋଧ୍ୟାରେ ୮୪ କୋସି ପରିକ୍ରମା ହେବାକୁ ଯାଉଛି, ତେଣୁ ପରିକ୍ରମା ପରିସରରେ ଥିବା ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।

ତେବେ ଏଠାରେ କହିରଖୁଛୁ ଯେ ରାଜସ୍ଵ ବୃଦ୍ଧି ପାଇଁ ଉତ୍ତର ପ୍ରଦେଶର ମେଟ୍ରୋ ସମତେ ରେଳ ଷ୍ଟେସନରେ ମଦ ବିକ୍ରି ପାଇଁ ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ବିଜେପି ସାଂସଦ ଖୁବ୍ ବର୍ଷିଛନ୍ତି।

କୋଟି କୋଟି ପରିବାର ଉଜୁଡ଼ି ଯାଉଛି । କିନ୍ତୁ ରାଜସ୍ୱ ବୃଦ୍ଧି ପାଇଁ ମଦର ପ୍ରଚାର-ପ୍ରସାର କରାଯିବା ବଡ଼ ଦୁଃଖଦ । ମଦର କୁପ୍ରଭାବ ମଦୁଆଠୁ ଅଧିକ ତାର ପରିବାର ଉପରେ ପଡ଼ୁଛି, ମହିଳା ଓ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ବିଗୁଡୁଛି । କଣ ରାମରାଜ୍ୟରେ ସରକାରଙ୍କ ପାଖରେ ରାଜସ୍ୱ ବଢ଼ାଇବା ପାଇଁ ଏହାଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ? ଉତ୍ତର ପ୍ରଦେଶର ଯୋଗୀ ସରକାର ଉପରେ ଏଭଳି ବର୍ଷିଛନ୍ତି ପିଲିଭିତର ବିଜେପି ସାଂସଦ ବରୁଣ ଗାନ୍ଧି । ରାଜ୍ୟର ରେଳୱେ ଏବଂ ମେଟ୍ରୋ ଷ୍ଟେସନ୍‌ରେ ପ୍ରିମିୟମ୍ ବ୍ରାଣ୍ଡ୍ ମଦ ବିକିବା ପାଇଁ ସରକାର ଅନୁମତି ଦେବା ପରେ ବରୁଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେହିପରି ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ମଧ୍ୟ କଡ଼ା ରିଆକ୍ସନ ଦେଇଛନ୍ତି । ଅଖିଳେଶ କହିଛନ୍ତି ଯେ ବିଜେପି ସରକାର ପାଖରେ ରାଜ୍ୟର ଅର୍ଥବ୍ୟବସ୍ଥାକୁ ଏକ ଟ୍ରିଲିଅନ୍‌ରେ ପହଞ୍ଚାଇବା ପାଇଁ ଏଭଳି ରାସ୍ତା ହିଁ ବାକି ରହିଛି । ଏହାର ଅର୍ଥ ରାଜ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି ବୋଲି ଯାହା ପ୍ରଚାର କରାଯାଉଥିଲା ତାହା ଡାହା ମିଛ ।

ତେବେ ଆଗକୁ ଯୋଗୀ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com