ଜାତୀୟ

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ । ନିଜେ ଟ୍ବିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଲେଖିଛନ୍ତ ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ମିଳିବାକୁ ଯାଉଛି । ଆଡଭାନୀଙ୍କୁ ଏ ସୁସମ୍ବାଦ ଦେବା ସହ ମୁଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛି ।

ଆମ ସମୟର ସବୁଠାରୁ ସମ୍ମାନିତ ରାଜନେତାଙ୍କ ମଧ୍ୟରୁ ସେ ଜଣେ । ଭାରତର ବିକାଶରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ । ତୃଣମୂଳ ସ୍ତରରୁ କାମ କରିବା ଠୁ ନେଇ ଉପପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦେଶର ସେବାରେ ତାଙ୍କ ଜୀବନ ବିତିଛି । ଏହା ସର୍ବଦା ଅତୁଳନୀୟ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com