ଓଡ଼ିଶା

ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ

ଏଣିକି ନଈ, ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ। ଗଭୀର ପାଣି ଭିତରେ ଵାଟର୍‌ପ୍ରୁଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ।

ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାଯିବ। ଅଗ୍ନିଶମ ବିଭାଗରେ ଏପ୍ରକାର ଅତ୍ୟାଧୁନିକ କ୍ୟାମେରାକୁ ‘ଭିକ୍ଟିମ୍‌ ଲୋକେସନ୍ ସର୍ଚ୍ଚ କ୍ୟାମେରା’ କୁହାଯାଉଛି। କଟକର ମହାନଦୀରେ ଏହାର ସଫଳ ପ୍ରୟୋଗ ହୋଇଛି।

Related Articles

Back to top button