ଓଡ଼ିଶା

ପୌର ନିର୍ବାଚନ ନେଇ ବସିଲା ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗ ନେଇ ହେବ ଆଲୋଚନା

ଭୁବନେଶ୍ୱର() ପୌର ନିର୍ବାଚନ ନେଇ ବସିଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ରାଜ୍ୟର ତିନି ପ୍ରମୁଖ ଦଳ ସମେତ ଓ ଅନ୍ୟାନ୍ୟ ଦଳର ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ହେଉଚି ଆଲୋଚନା । ଏହି ବୈଠକରେ ବିଜେଡି ପକ୍ଷରୁ ଦଳର ମୁଖପାତ୍ର ସୁଲତା ଦେଉ ,ବିଜେପିର ମିଡିଆ ସଂଯୋଜକ ଦିଲ୍ଲୀପ ମଲିକ ଏବଂ କଂଗ୍ରେସ ଶିବାନନ୍ଦ ରାୟ ଯୋଗ ଦେଇଛନ୍ତି ।

ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ନେଇ ସମସ୍ତ ଦଳୀୟ ନେତାଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିବେ । ପୌର ନିର୍ବାଚନ କିପରି ସୁରୁଖୁରୁ ହେବ । ସେନେଇ ବିଚାର ବିମର୍ଶ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com